Latest Odisha News

ଚଣା ଭଲ କରିଥାଏ ଅନେକ ରୋଗ…

ସ୍ୱାସ୍ଥ୍ୟପାଇଁ ବରଦାନ ହେଉଛି ଚଣା । ରକ୍ତର ଶର୍କରା ନିୟନ୍ତ୍ରଣ କରିବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ  । ଏଥିରେ ଭରପୁର ଆଇରନ୍ ରହିଛି । ବିଶେଷ କରି ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଯଦି ଗୁଡ଼ ସହ ଚଣା ଆପଣ ଖାଉଥାଆନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିବ। ପ୍ରୋଟିନ୍, କ୍ୟାଲସିୟମ ଓ ଫାଇଭର ଭଳି ଅନେକ ପୋଷକ ତତ୍ତ୍ୱ ଏଥିରେ ଭରି ରହିଛି । ଯାହା ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ। ମଧୁମେହ ରୋଗୀଙ୍କ ପା‌ଇଁ ଗୁଡ଼ ଓ ଚଣା ଏକାଠି ଖାଇବା ବେଶ୍‌ ଭଲ ।

ଗୁଡ଼ ଦ୍ୱାରା ଚଣାକୁ ସେବନ କଲେ ସ୍ମରଣ ଶକ୍ତି ବଢ଼ିବା ସହ ଖାଦ୍ୟ ଭଲଭାବେ ହଜମ ହୋଇଥାଏ । ଚଣା ଖାଇବା ଦ୍ୱାରା ଆହୁରି ଅନେକ ଫାଇଦା ମିଳିଥାଏ । ଚଣାରେ ଭରପୂର କ୍ୟାଲସିୟମ ଭରି ରହିଛି ।  ଏହା ହାଡ଼ ମଧ୍ୟ ମଜଭୂତ କରିଥାଏ । ଚଣା ଖାଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣା କମ୍‌ ହେବା ସହ ହଜମ ମଧ୍ୟ ଠିକ୍‌ କରାଇଥାଏ ।ଏଥିସହ ମେଦ ବହୁଳତା ଲୋକଙ୍କ ଓଜନ ହ୍ରାସ କରିଥାଏ ଚଣା ।

ଖାଲି ସେତିକି ନୁହେଁ ଗୁଡ଼ ଓ ଚଣା ଖାଇବା ଦ୍ୱାରା ରକ୍ତର ଶର୍କରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଭରପୁର ଆଇରନ୍ ରହିଥାଏ । ଯାହାକି ରକ୍ତ ଅଭାବଠୁ ଦୂରରେ ରଖିଥାଏ । ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ବେଶ୍‌ ଉପକାର ମିଳିଥାଏ ।

 

Comments are closed.