ଭୁବନେଶ୍ବର: ଖରାଦିନ ଆସିଲେ ରାସ୍ତାକଡରେ ଆଖୁରସ ବିକ୍ରି ହେବା ଆରମ୍ଭ ହୋଇଯାଏ । ଜାଣିଛନ୍ତି ଏହି ଆଖୁରସ ଶରୀରକୁ ଥଣ୍ଡା ରଖେ । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ବଢାଇଥାଏ । ଆଖୁ ରସରେ ଫ୍ୟାଟ୍ ବହୁତ କମ୍ ରହିଥାଏ । କେବଳ ଏତିକି ନୁହେଁ ଆଖୁରସ ପିଇଲେ ଅନେକ ଲାଭ ମିଳିଥାଏ ଆସନ୍ତୁ ଜାଣିବା..
ଆଖୁ ରସ ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ । ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରଙ୍ଗ୍ ହୋଇଥାଏ , ଯାହା ଦ୍ବାରା ଭାଇରାଲ୍ ରୋଗଠାରୁ ଦୂରରେ ରହିଥାଏ ।
ଆଖୁ ରସରେ ଲେମ୍ବୁ ଏବଂ ଟିକେ ଲୁଣ ମିଶାଇ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳେ । ଆଖୁରେ ଫାଇବରର ବହୁତ ଅଧିକ ରହିଥାଏ ଓ ଆମ ଶରୀରରେ ଗ୍ଲୁକୋଜର ପରିମାଣକୁ ସନ୍ତୁଳିତ କରିଥାଏ ଏହି ଆଖୁ ରସ ।
ତାଜା ଆଖୁ ରସ ଲିଭର ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏହା ଲିଭର ସମ୍ବନ୍ଧୀୟ ରୋଗକୁ ଦୂର କରିଥାଏ । ଯାହାଦ୍ବାରା ଲିଭର ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ ।
ରକ୍ତହୀନତା ଏବଂ ଏସିଡିଟି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗ୍ରୀଷ୍ମ ସମୟରେ ଆଖୁ ରସ ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ଭଲ ହୋଇଥାଏ । କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଆଇରନ୍ ଏବଂ ପୋଟାସିୟମ୍ ପରି ପୋଷକତତ୍ତ୍ୱ ଆଖୁ ରସରେ ମିଳେ । ଏହା ଶରୀରର ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।
ଆଖୁରେ ସୁକ୍ରୋଜ୍ ରହିଥାଏ ଯାହା କୌଣସି କ୍ଷତକୁ ଭଲ କରିବାରେ ସାହାଯ୍ୟ କରେ । ଏହା ସହିତ ଏହା ମୁହଁର ଦାଗ ଦୂର କରିଥାଏ ଏବଂ ଏହା ଶରୀରର ଅପରିଷ୍କାର ରକ୍ତ ସଫା କରିବାରେ ମଧ୍ୟ ସାହାଯ୍ୟ କରେ ।
Comments are closed.