Latest Odisha News

BREAKING NEWS

ଶରୀର ପାଇଁ କେଉଁ ଫଳ ଲାଭଦାୟକ ?

ନୂଆଦିଲ୍ଲୀ : ଆଜି କାଲିକା ସମୟରେ ସୁସ୍ଥ ଜୀବନଶୈଳୀ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି । କିଏ ସୁସ୍ଥ ରହିବାକୁ ସକାଳେ ଫଳ ଖାଏ ତ ଆଉ କିଏ ବିଭିନ୍ନ ପୋଷକ ଯୁକ୍ତ ଖାଦ୍ୟକୁ ନିଜ ସକାଳ ଜଳଖିଆରେ ସାମିଲ କରନ୍ତି । ଆସନ୍ତୁ ଜାଣିବା କେଉଁ ସବୁ ଫଳ ଆମ ସ୍ବାସ୍ଥ୍ୟ ଉପଯୋଗୀ । ଅନେକ ଫଳ ରହିଛି , ଯେଉଁସବୁକୁ ଖାଇଲେ ଆମକୁ ମୋଟାପଣରୁ ଛୁଟକାରା ମିଳିଥାଏ  । ଆଉ କିଛି ଫଳ ଖାଇବା ଦ୍ୱାରା ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍‌ ଆଶଙ୍କା କମ୍‌ ହୋଇଥାଏ। ଯେଉଁସବୁ ଫଳଗୁଡ଼ିକରେ ପଟାସିୟମ୍‌ ରହିଛି , ତାହାକୁ ଖାଇଲେ କିଡ୍‌ନି ଷ୍ଟୋନ୍‌ ସମସ୍ୟା ବି କମ୍‌ ହୋଇଥାଏ।

ତେଣୁ ଆପଣ ଯଦି ପ୍ରତିଦିନ ସକାଳେ କଦଳୀ ଖାଉଛନ୍ତି  । ତାହା ଶରୀର ପାଇଁ ଖୁବ୍ ଉପଯୋଗୀ  । କାରଣ କଦଳୀରେ ପ୍ରଚୁର ପରିମାଣର ଆଇରନ୍‌ ରହିଛି। ସେଓ ଖାଇବା ବି ଶରୀର ପାଇଁ ଖୁବ୍‌ ଲାଭଦାୟକ  । ହେଲେ କେବେ ବି ଖାଲି ପେଟରେ ସେଓ ଖାଆନ୍ତୁ ନାହିଁ ।  କିଛି ଗୋଟେ ପେଟ ପୂରା କରି ସାରିବା ପରେ ଯାଇ ସେଓ ଖାଇଲେ ଭଲ। ନଡ଼ିଆ ବି ଖୁବ୍‌ ଉପକାରୀ ଫଳ। ସପ୍ତାହକୁ ଥରେ ନିଶ୍ଚୟ ନଡିଆ ଖାଆନ୍ତୁ। ସେହିପରି କମଳାରେ ଭିଟାମିନ୍‌ ସି ରହିଥାଏ  । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ  ।

Comments are closed.