Latest Odisha News

BREAKING NEWS

କେଶ ପାଇଁ ଦେଶୀ ଘିଅ . . .

ସାଧାରଣତଃ ଘିଅ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ । ପ୍ରାୟ ସମସ୍ତେ ଘିଅକୁ ଖାଦ୍ୟ ଓ ପୂଜା ସାମଗ୍ରୀରେ ବ୍ୟବହାର କରିଥିବେ! କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଦେଶୀ ଘିଅ ମାଲିସ କଲେ କେଶ ଶୀଘ୍ର ବଢିଥାଏ ଓ ମଜବୁତ ହୋଇଥାଏ ।

ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଘିଅର ଅନେକ ଆବଶ୍ୟକତା ରହିଛି । ସେ ସମ୍ପର୍କରେ ଆସନ୍ତୁ ଜାଣିବା-

• ଯଦି କେଶରେ ରୂପି ହେଉଥିବ, ଘିଅରେ ବାଦାମ ତେଲ ମିଶାଇ ମାଲିସ କରିପାରିବେ । ଏହାଦ୍ୱାରା ଆପଣଙ୍କ ରୂପି ଶୀଘ୍ର ଭଲ ହୋଇଯିବ ।

 

• ପୋଷଣ ତତ୍ତ୍ୱର ଅଭାବରୁ କେଶ ଯଦି ଦୁଇମୁହାଁ ହେଉଥାଏ, ତେବେ ଘିଅ ମାଲିସ ଲାଭଦାୟକ ଅଟେ! ଏହାଦ୍ୱାରା କେଶ ସୁସ୍ଥ ଓ ମୁଲାୟମ ହୋଇଥାଏ ।

• କେଶକୁ ଲମ୍ବା କରିବାର ସହଜ ଉପାୟ ହେଲା, ପ୍ରତି ୧୫ ଦିନରେ ଥରେ ଘିଅ ସହିତ ଅଁଳା ତେଲ ବା ପିଆଜ ରସ ମାଲିସ କରନ୍ତୁ । ନିଶ୍ଚିତ ରୂପେ ଏହା କାମ ଦେବ ଓ ବହୁତ ଶୀଘ୍ର କେଶ ଲମ୍ବା ଓ ସୁନ୍ଦର ଦିଶିବ ।

 

• କେଶକୁ କୋମଳ କରିବା ପାଇଁ ଘିଅ ସହିତ ଜୈତୁନ୍ ତେଲ ମାଲିସ କରିପାରିବେ ।

• କେଶରେ ପ୍ରାକୃତିକ ଚମକ ଆଣିବା ପାଇଁ ଘିଅକୁ ହାଲୁକା ଭାବରେ ଗରମ କରି କୋଡିଏ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏପରି କରିବା ପରେ ଲେମ୍ବୁ ରସ ଲଗାଇ ଦଶ ମିନିଟ ପରେ ଧୋଇ ଦିଅନ୍ତୁ ।

Leave A Reply

Your email address will not be published.