Latest Odisha News

BREAKING NEWS

ରାଉରକେଲାରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ରାଉରକେଲା: ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ଶିଉଡି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛି।

ଆହତ ଅପରାଧୀ ଜଣକ ନାମ ସୁନୀଲ ମାଝି ବୋଲି ଜଣାପଡିଛି ।

ସୁନୀଲର ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତା’ ଠାରୁ ଗୋଟିଏ ପିସ୍ତଲ୍ ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ ଶିଉଡି ଅଞ୍ଚଳରେ ଚଢାଉ କରି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

ତେବେ ସୁନିଲ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.