Latest Odisha News

BREAKING NEWS

ଜାଣନ୍ତୁ, ‘କପାଳଭାତି ପ୍ରାଣାୟାମ’ର ଅଦ୍ଭୁତ ଉପକାରିତା…

ଭୁବନେଶ୍ୱର: ମହାନ ହିନ୍ଦୁ ସାଂସ୍କୃତିକ ଚେତନା ଅନୁଯାୟୀ ଯୋଗ କରିବା ହିଁ ଏକ ପ୍ରକାରର ଜୀବନଦର୍ଶନ । ଯୋଗ ସମସ୍ତ ମନୁଷ୍ୟ ଲାଗି ଏକପ୍ରକାର ଜୀବନ ପଦ୍ଧତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ବାଧିମୁକ୍ତ ହୋଇ ମଣିଷ ସୁସ୍ଥଜୀବନ ଯାପନ କରିପାରିବ । ନିୟମିତ ଯୋଗ ତଥା ପ୍ରାଣାୟାମ କରିବା ଦ୍ୱାରା ମନୁଷ୍ୟ ଶରୀରରେ ଥିବା ଅଷ୍ଟଚକ୍ର ଜାଗ୍ରତ ହୋଇଥାଏ । ଏହି ଯୋଗ-ପ୍ରାଣାୟାମ ଦ୍ୱାରା ଜନ୍ମ ଜନ୍ମାନ୍ତରର ସଞ୍ଚିତ ଅଶୁଭ ତଥା ନକାରାତ୍ମକ ସଂସ୍କାରର କ୍ଷୟ ହୋଇ ନୂତନ ଆଧ୍ୟାତ୍ମିକ ଅନୁଭବ କରିହୁଏ ।

କପାଳଭାତି ପ୍ରାଣାୟାମ:

କପାଳଭାତି ପ୍ରାଣାୟାମ ରେ ଉଲ୍ଲେଖ ଥିବା କପାଳ ବା ମସ୍ତିଷ୍କ ଏବଂ ଭାତି ଅର୍ଥାତ ତେଜ ବା ଦିପ୍ତୀ ବୋଲି ବୁଝାଯାଇଥାଏ । ଏହି କପାଳଭାତି ପ୍ରାଣାୟାମ ଦୈନିକ ଅଭ୍ୟାସ କରିବା ଦ୍ୱାରା ମସ୍ତିଷ୍କ ଅର୍ଥାତ କପାଳରେ ଆଭା, ଓଜଃ, ତେଜ ଆଦି ବୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ପ୍ରାଣାୟାମରେ ଶ୍ୱାସ-ପ୍ରଶ୍ୱାସ ପ୍ରକ୍ରିୟାରେ ଚାପ ପ୍ରୟୋଗ କରାଯାଇ ଶ୍ୱାସକୁ ଚାପ ଦେଇ ବାହାରକୁ ଛାଡ଼ିବାରେ ଧ୍ୟାନ ଦିଆଯାଇଥାଏ । ଶ୍ୱାସକୁ ପ୍ରଶ୍ୱାସରେ ଯେତିକି ମାତ୍ରାରେ ଗ୍ରହଣ କରାଯାଇଥାଏ ସେତିକି ମାତ୍ରାରେ ନିଃଶ୍ୱାସରେ ଛାଡ଼ି ଦିଆଯାଇଥାଏ । ଏହି ଶ୍ୱାସ ପ୍ରକ୍ରିୟା ଅଭ୍ୟାସ ସମୟରେ ସମ୍ପୂର୍ଣ୍ଣ ଭାବେ ଏକାଗ୍ରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥାଏ ।

ଏହି ପ୍ରାଣାୟାମ କରିବା ସମୟରେ ପେଟର ସଂଙ୍କୋଚନ ଓ ପ୍ରସାରରଣ ହୋଇଥାଏ । ନିଃଶ୍ୱାସ-ପ୍ରଶ୍ୱାସ ଘନ ଘନ ଶ୍ୱାସ ପ୍ରକ୍ରିୟା ଦ୍ୱାରା କରିବାକୁ ପଡ଼ିଥାଏ ।

କପାଳଭାତିର ଉପକାରିତା ଜାଣନ୍ତୁ:

• ଯୋଗଶାସ୍ତ୍ରରେ ଯେଉଁ କେତୋଟି ପ୍ରାଣାୟାମ ପ୍ରକ୍ରିୟା ରହିଛି ସେଥିମଧ୍ୟରେ କପାଳଭାତି ପ୍ରାଣାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରାଣାୟାମ ଦ୍ୱାରା ଶରୀର ମଧ୍ୟରେ ରହିଥିବା ସମସ୍ତ ପ୍ରକାର କଫଦୋଷ, ଦମା, ଶ୍ୱାସ ଏଲର୍ଜି, ସାଇନସ ପ୍ରଭୃତି ରୋଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ ।

• ଏହି ପ୍ରାଣାୟାମ କରିବା ଦ୍ୱାରା ମସ୍ତିଷ୍କ ଓ ମୁଖମଣ୍ଡର ତେଜ ବୃଦ୍ଧି ଘଟିବା ସହିତ ଆଭା ଓ ଦିପ୍ତୀର ସୌନ୍ଦର୍ଯ୍ୟ ମଧ୍ୟ ଅଧିକ ହୋଇଥାଏ ।

• ଶରୀରରେ ଦେଖାଦେଉଥିବା ମେଦବୃଦ୍ଧି, ମଧୁମେହ, ଜାବତୀୟ ଗ୍ୟାସ, କବଜ, କିଡ଼ନୀ ତଥା ପ୍ରୋଟେଷ୍ଟ ଗ୍ରନ୍ଥି ସମ୍ବନ୍ଧିୟ ବିଭିନ୍ନ ରୋଗ ସମୂଳେ ଧ୍ୱଂସ ହୋଇ ମଣିଷ ନିରୋଗ ରହେ ।

• ଏହା ଦୈନିକ ଅଭ୍ୟାସ କରିବା ଦ୍ୱାରା ହୃଦୟ, ଫୁସଫୁସ ଏବଂ ମସ୍ତିଷ୍କରେ ଥିବା ସମସ୍ତ ରୋଗ ଉପଷମ ହୋଇଥାଏ ।

• କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ମନ ସ୍ଥିର ଓ ଶାନ୍ତ ରହି ଅତ୍ୟନ୍ତ ଆନନ୍ଦ ଅନୁଭବ କରିହୁଏ ।

• ପ୍ରାଣ ତଥା ଶରୀରରେ ଥିବା ସମସ୍ତ ଚକ୍ର ଗୁଡ଼ିକର ଶୋଧନ ହୋଇଥାଏ । ନକାରାତ୍ମକ ଚିନ୍ତାରୁ ଧିରେ ଧିରେ ମୁକ୍ତି ମିଳିଥାଏ ।

• ସବୁଠାରୁ ବଡ଼କଥା ହେଲା, ଏହି ପ୍ରାଣାୟାମ ଦ୍ୱାରା ପାଚନ କ୍ରିୟା ସ୍ୱାଭାବିକ ହେବା ସହିତ କୋଷ୍ଠବଦ୍ଧତା ଦୂର ହୋଇଥାଏ । କୋଷ୍ଠକାଠିନ୍ୟ ଏବଂ କୋଷ୍ଠବଦ୍ଧତା କୌଣସି ଚୂର୍ଣ୍ଣ କିମ୍ବା ବଟିକା ଦ୍ୱାରା ଦୂର ହୋଇ ଶିଘ୍ର ଉପଶମ ମିଳିନଥାଏ । ମାତ୍ର କପାଳଭାତି ପ୍ରାଣାୟାମ ନିୟମିତ କରିବା ଦ୍ୱାରା କୋଷ୍ଠବଦ୍ଧତା ଦୂର ହୋଇ ମଣିଷ ନିରୋଗ ଜୀବନ ଯାପନ କରିଥାଏ ।

ଯୋଗ ହେଉ କିମ୍ବା ଏହି ସାଧନାରେ ଥିବା ବିଭିନ୍ନ ପ୍ରାଣାୟାମ କୌଣସି ଗୁରୁ ବା ଶିକ୍ଷକଙ୍କ ତାଲିମ ଏବଂ ପରାମର୍ଶ ନେଇ କରିବା ଉଚିତ । ପ୍ରାଣାୟାମ କିମ୍ବା ଯୋଗସାଧନା କୌଣସି ଟିଭି ଚ୍ୟାନେଲ୍ ବା ପୁସ୍ତକ ଅଧ୍ୟୟନ କରି ସିଧାସଳଖ କରିବା ଅନୁଚିତ । କୌଣସି ଯୋଗଗୁରୁ କିମ୍ବା ତାଲିମପ୍ରାପ୍ତ ଯୋଗ ଶିକ୍ଷକଙ୍କ ଉପଯୁକ୍ତ ତାଲିମ ଓ ପରାମର୍ଶ ଗ୍ରହଣ କରି ନିୟମିତ ଅଭ୍ୟାସ କଲେ ଯାବତୀୟ ରୋଗରୁ ଉପଶମ ମିଳିବା ସହିତ ଆନନ୍ଦମୟ ଉପଲବ୍ଧି କରିହୁଏ ।

Leave A Reply

Your email address will not be published.