Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ପରିବେଶବିତ୍ ନଦିଆଚାନ୍ଦ କାନୁନଗୋ

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍,ବନ୍ୟପ୍ରାଣୀ ବିଶେଷଜ୍ଞ, ସ୍ତମ୍ଭକାର ତଥା ଲେଖକ ନଦିଆଚାନ୍ଦ କାନୁନଗୋଙ୍କର ଗୁରୁବାର ସକାଳେ ନୀଳାଦ୍ରି ବିହାରସ୍ଥିତ ବାସଭବନରେ ଦେହାନ୍ତ ଘଟିଛି ।

BjdElectrycity

ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟନିତ ରୋଗରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ୫ ପୁଅ, ୨ଝିଅଙ୍କ ସମେତ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ ।

ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଉଲ୍ଲେଖଯୋଗ୍ୟ, ସ୍ୱର୍ଗତଃ କାନୁନଗୋ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ଜଣେ ଅବସରପ୍ରାପ୍ତ ଡିଏଫଓ୍ । ଜଣେ ନିବିଡ ପ୍ରକୃତିପ୍ରେମୀ ଓ ବନ୍ୟଜନ୍ତୁ ବିଶାରଦ ଭାବେ ତାଙ୍କର ଅନେକ ଲେଖା ବିଭିନ୍ନ ଇଂରାଜୀ ଓ ଓଡିଆ ଖବରକାଗଜରେ ପ୍ରକାଶିତ ହୋଇଥିଲା ।

ଏହାବ୍ୟତିତ ସେ ଜଣେ ଅତ୍ୟନ୍ତ ଅମାୟିକ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.