ଭୁବନେଶ୍ୱର: ମୟୁର ଚୂଳ ଦେଖିବାକୁ ଯେତେ ସୁନ୍ଦର ଆମ ସଂସ୍କୃତିରେ ମଧ୍ୟ ତାର ସେତିକି ମାନ୍ୟତା ରହିଛି । ପୌରାଣିକ କଥା ଅନୁଯାୟୀ ଭଗବାନ କୃଷ୍ଣ ମୟୁର ଚୂଳ ତାଙ୍କ ପଗଡି ରେ ଲଗେଇବା ବହୁତ ପସନ୍ଦ ଥିଲେ । କୁହାଯାଏ କି ମୟୁର ଚୂଳ ଘରେ ରହିଲେ ଘରର ସବୁ ଅମଙ୍ଗଳ ଟଳିଯାଏ ବୋଲି ।
ତେବେ ଜାଣନ୍ତୁ ଏହାକୁ ଘରେ ରଖିବାର ଫାଇଦା ସମ୍ପର୍କରେ
ମୟୁର ଚୂଳକୁ ଘରେ ରଖିଲେ ନକାରାତ୍ମକ ଶକ୍ତିକୁ ଏହା ସମାପ୍ତ କରି ଦିଏ ଯାହା ଦ୍ଵାରା ଘରେ ସୁଖ ଆଉ ସମୃଦ୍ଧି ବୃଦ୍ଧିପାଏ ।
ଆପଣ ଚାହିଁଲେ ମୟୂର ଚୂଳକୁ ନିଜ ଶୋଇବା ଘରେ ବି ରଖିପାରିବେ । କୁହାଯାଏ ବୈବାହିକ ଜୀବନରେ ଶାନ୍ତି ନଥିଲେ ଶୋଇବା ଜାଗାରେ ମୟୂର ଚୂଳ ରଖିଲେ, ଏହାସବୁ ନକରାତ୍ମକ ଶକ୍ତିକୁ ଦୂରେଇ ଦେବ । ଯାହାଦ୍ୱାରା ଆପଣଙ୍କ ବୈବାହିକ ସମ୍ପର୍କ ପୂର୍ବପରି ସୁଖମୟ ହୋଇଯିବ ।
ଠାକୁର ଘରେ ଏହାକୁ ଶ୍ରୀକୃଷ୍ଣଙ୍କ ଫଟୋ ପାଖରେ ଲଗାଇ ରଖନ୍ତୁ ଶୁଭଫଳ ମିଳିବ ।
ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ମୟୂର ଚୂଳ ଅଛି ତାହେଲେ ଆପଣଙ୍କ ଘରେ କୌଣସି ଅସୁବିଧା ହେବନି କି କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବନାହିଁ ।
Comments are closed.