ଚିନାବାଦାମ ସେବନ ଦ୍ୱାରା ଆମ ତ୍ୱଚାକୁ ଅନେକ ଫାଇଦା ମିଳିଥାଏ । ଚିନାବାଦାମରେ ପୋଟାସିୟମ, ଫାଇବର, ପ୍ରୋଟିନ, ଭିଟାମିନ-ବି, ମ୍ୟାଗ୍ନେସିୟମର ମାତ୍ରା ଭରପୁର ଥାଏ । ଚିନାବାଦାମ ଆମ ତ୍ୱଚାର ସୁନ୍ଦରତା ବଢ଼ାଇବା ସହ ତ୍ୱଚାରେ ଦେଖାଯାଉଥିବା ଅନେକ ସମସ୍ୟାର ମଧ୍ୟ ସମାଧାନ କରିଥାଏ । ଶରୀରରେ ରକ୍ତ ସଞ୍ଚାଳନରେ ସାହାର୍ଯ୍ୟ କରେ ଚିନାବାଦାମ । ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବରେ ହେଲେ ତାହା ଆମ ତ୍ୱଚାକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ । ତେବେ ଆସନ୍ତୁ ଜାଣିବା ଆମ ତ୍ୱଚା ପାଇଁ ଚିନାବାଦାମ ସେବନର ଫଇଦା ଏବଂ ଏହାକୁ ବ୍ୟବହାର କରିବା ପ୍ରଣାଳୀ ।
ଚିନାବାଦାମ ଖାଇବା ଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ । ଚିନାବାଦାମରେ ଆଣ୍ଟିଅକ୍ସିଡ଼େଣ୍ଟର ଗୁଣ ରହିଥାଏ । ଚିନାବାଦାମ ଖାଇବା ଦ୍ୱାରା ମାଂସପେଶୀ ଓ ସ୍ନାୟୁ ସୁସ୍ଥ ରହିଥାଏ । ବତୁରା ଯାଇଥିବା ଚିନାବାଦାମ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଆପଣରେ ରାତିରେ ଚିନାବାଦାମକୁ ପାଣିରେ ବତୁରେଇ ରଖି ସକାଳେ ଏହାର ସେବନ କରିପାରିବେ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ଼ ରହିଥାଏ ଯାହା ତ୍ୱଚାକୁ ହାଇଡ଼୍ରେଟ ରଖିବାରେ ସାହାର୍ଯ୍ୟ କରେ । ତ୍ୱଚାର ଶୁଷ୍କତା, ତ୍ୱଚାରେ ଦେଖାଯାଉଥିବା କୁଞ୍ଚନ, ସୂକ୍ଷ୍ମ ରେଖା ଆଦି ଏଡ଼ାଇବା ପାଇଁ ଆପଣ ଚିନାବାଦାମର ବ୍ୟବହାର କରିପାରିବେ ।
ଚିନାବାଦମ ଖାଇବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ମ୍ୟାଗ୍ନେସିୟମ୍, ଭିଟାମିନ୍-ଇ, ଜିଙ୍କ ରହିଥାଏ । ଏଥିରେ ଥିବା ଫ୍ୟାଟି ଏସିଡ୍ ଚର୍ମର ପ୍ରଦାହ ଏବଂ ଲାଲତାକୁ ହ୍ରାସ କରିବାରେ ସାହାଯ୍ୟ କରେ । ବ୍ରଣରୁ ରକ୍ଷା ପାଇବା ପାଇଁ ଭଜା ହୋଇଥିବା ଚିନାବାଦାମ ମହୁ ସହିତ ଖାଇ ପାରିବେ । ଚର୍ମକୁ ସୋରିୟାସିସ୍ ଏବଂ ଏକଜେମା ଭଳି ରୋଗରୁ ରକ୍ଷା କରିବା ପାଇଁ ଚିନାବାଦାମ ସେବନ ଲାଭଦାୟକ ଅଟେ । ଚିନାବାଦାମ ଖାଇବା ଦ୍ୱାରା ଯଦିଓ ଏହି ରୋଗ ଭଲ ହୋଇନଥାଏ କିନ୍ତୁ ଏହି ରୋଗରୁ ତ୍ୱଚାକୁ ସୁରକ୍ଷା ଯୋଗାଇଥାଏ । ଚିନାବାଦାମ କୋଲାଜେନ୍ ଉତ୍ପାଦନ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କୋଲାଜେନର ଅଭାବ କେଶ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ ।
Comments are closed.