Latest Odisha News

BREAKING NEWS

ଉଷୁମ କ୍ଷୀରରେ ହଳଦୀ ପକାଇ ପିଅନ୍ତୁ….

ହଳଦିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି  ।  ଆମ ଶରୀରର କୌଣସି ସ୍ଥାନ ଖଣ୍ଡିଆ ହୋଇଗଲେ ଆମେ ହଳଦି ପଟି ଲଗାଇଥାଆନ୍ତି । ଫଳରେ ଦରଜ, ବିନ୍ଧାରୁ ଉପଶମ ମିଳିଥାଏ । ଗୁଣକାରୀ ହଳଦି ଆମ ତ୍ବଚାର ସାଥି କହିଲେ ଭୁଲ ହେବନି। ତେବେ ଶୁଦ୍ଧ ହଳଦିରୁ ଅଧ ଚାମଚ ନେଇ ଉଷୁମ ଖିରରେ ମିଶାଇ ପିଇବା ଦେହ ପାଇଁ ଭଲ।

କୋଭିଡ୍ ସମୟରେ ଆୟୁର୍ବେଦ ବିଶେଷଜ୍ଞମାନେ ସମସ୍ତ ବର୍ଗର ଲୋକ ହଳଦି କ୍ଷୀର ପିଇବାକୁ ପରାମର୍ଶ ଦେଇଥିଲେ । ଏହି ହଳଦି କ୍ଷୀରର କରାମତି ପ୍ରଚାର ହେବା ପରେ ୟୁରୋପ, ଆମେରିକାରେ ବି ଏହି ପାନୀୟର ଆଦର ଧିରେ ଧିରେ ବଢ଼ିବାରେ ଲାଗିଛି । ଅବଶ୍ୟ ସେଠି ହଳଦି କ୍ଷୀର ‘ଟରମେରିକ୍ ଲାତେ’ ନାଁରେ ଲୋକପ୍ରିୟ । ଆମେରିକାର ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ଏଇ ପାନୀୟ ଦିଆଯାଉଛି । ହଳଦିରେ ଥିବା ପୋଷକତତ୍ତ୍ବ ମସ୍ତିଷ୍କ କୋଷିକାକୁ ବି ସକ୍ରିୟ ରଖୁଥିବା ଅନୁଧ୍ୟାନ କହୁଛି ।

ହଳଦି କ୍ଷୀର ପିଇବା ପରେ ଅଧିକାଂଶ ଲୋକଙ୍କ ଥଣ୍ଡା, ଛିଙ୍କ କମ୍ ହୋଇଥିଲା । ଏହି ପାନୀୟର କରାମତି କିଛି କମ୍ ନୁହେଁ ।
ହଳଦି କ୍ଷୀର ପ୍ରତିଦିନ ପିଇଲେ ଖାଦ୍ୟ ହଜମ ହେବାରେ ସହାୟକ ହୁଏ । ତା’ ସହ ହୃଦ୍‌ଘାତର ଆଶଙ୍କା ବି କମ୍ ହେଉଥିବା ବିଶେଷଜ୍ଞ କହିଛନ୍ତି ।
ନିଦ୍ରାହୀନତା ସମସ୍ୟା ଥିଲେ, ହଳଦି କ୍ଷୀର ପିଅନ୍ତୁ । ହେଲେ ଗୋଟିଏ କଥା ମନେରଖନ୍ତୁ, କ୍ଷୀରକୁ ଉଷୁମ ଥିବାବେଳେ ପିଇଲେ ତା’ର ପ୍ରଭାବ ଶରୀର ଉପରେ ଭଲ ଭାବେ ପଡ଼େ। ରାତିରେ ଶୋଇବା ପୂର୍ବରୁ ଗିଲାସେ ଉଷୁମ ଖିରରେ ୧ଛୋଟ ଚାମଚ ହଳଦି ମିଶାଇ ପିଇବେ ଆପଣଙ୍କ ଶରୀର ପାଇଁ ଏହା ଲାଭଦାୟକ  ।

Comments are closed.