Latest Odisha News

ନିଟ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ । ନିଟ୍ ରଦ୍ଦ କରିବାକୁ ଚିଠିରେ ମମତା ବାନାର୍ଜୀ ଦାବି କରିଛନ୍ତି । ଏହା ସହ ପୁରୁଣା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ୍ ବୋଲି ମମତା ଉଲ୍ଲେଖ କରିଛନ୍ତି ।

ମମତା ବାନାର୍ଜୀ ଆହୁରି ଲେଖିଛନ୍ତି ଯେ, ନିଟ୍ ପରୀକ୍ଷାରେ ପେପର୍‌ ଲିକ, ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କ ଦ୍ୱାରା ଲାଞ୍ଚ ନେବା, ଛାତ୍ରୀଛାତ୍ରମାନଙ୍କୁ ଗ୍ରେସ୍ ମାର୍କ ଇତ୍ୟାଦି ବିଷୟରେ ଗମ୍ଭୀର ଅଭିଯୋଗ ଆସୁଛି । ଏହି ଅଭିଯୋଗଗୁଡିକ ତୁରନ୍ତ ଧ୍ୟାନ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆବଶ୍ୟକ ରହିଛି ।

ପେପର ଲିକ୍ ଦ୍ୱାରା ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି । ଏଭଳି ଘଟଣା କେବଳ ଦେଶରେ ଡାକ୍ତରୀ ପରୀକ୍ଷାର ଗୁଣବତ୍ତାକୁ ସଙ୍କୋଚନ କରେ ନାହିଁ ବରଂ ଦେଶର ସ୍ବାସ୍ଥ୍ୟ ସେବା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.