Latest Odisha News

BREAKING NEWS

ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ଦୁର୍ନୀତିଗ୍ରସ୍ତ କହିଲେ ମମତା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧାନକରଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ତାଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ ତାଙ୍କ ନାମ ଜୈନ ହାୱାଲା ମାମଲା ଚାର୍ଜଶିଟରେ ଥିଲା ବୋଲି ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ତାଙ୍କୁ ହଟାଯିବା ନେଇ ମୁଁ ୩ଥର ଚିଠି ଲେଖିସାରିଲେଣି ବୋଲି ମମତା କହିଛନ୍ତି ।

ଜୁଲାଇ ୨ରେ ବେଙ୍ଗଲ ବିଧାନସଭାର ଅଧିବେଶନ ବସିବ । ଜଗଦୀପଙ୍କୁ ହଟାଇବା ପାଇଁ ଟିଏମସି ସଂକଳ୍ପ ପାରିତ କରିବ ବୋଲି ସେ କହିଛନ୍ତି । ମମତାଙ୍କ ଅଭିଯୋଗର ଜବାବ ଖୁବ ଶୀଘ୍ର ଦିଆଯିବ ବୋଲି ରାଜ୍ୟପାଳ ଜଗଦୀପ ଧାନକର କହିଛନ୍ତି । ୯୦ ଦଶକରେ ଜୈନ ଭ୍ରାତା ୧୮ ମିଲିୟନ ଡଲାରର ଅର୍ଥ ବିଭିନ୍ନ ରାଜନେତାଙ୍କୁ ଦେଇଥିବା ସମ୍ମୁଖରେ ଆସିବା ପରେ ଏହା ଏକ ଚର୍ଚ୍ଚିତ କାଣ୍ଡ ପାଲଟିଥିଲା ।

Leave A Reply

Your email address will not be published.