Latest Odisha News

BREAKING NEWS

ଜୀବିକା ହରାଇଥିବା ମୁକ୍ତାମାଳୀ ବ୍ୟବସାୟୀଙ୍କୁ ସହାୟତା ଦେବାକୁ ଦାବି

ପୁରୀ : ମହାମାରୀ କରୋନା ଉଜାଡିଦେଲା ବ୍ୟବସାୟ । ପର୍ଯ୍ୟଟକ ଆସୁନଥିବାରୁ ହେଉନି ବେପାର । ଏଭଳି ସ୍ଥିତିରେ ଜୀବିକା ହରାଇଲେଣି ପୁରୀ ବେଳାଭୂମିର ମୁକ୍ତାମାଳୀ ବ୍ୟବସାୟୀ । ତେଣୁ ଏହି ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ କରିବାକୁ ହୋଇଛି ଦାବି । ଏନେଇ ଆଜି ମୁକ୍ତାମାଳୀ ବ୍ୟବସାୟୀ ମହାସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ପୁରୀ ସମୁଦ୍ରକୁଳ ବେଳାଭୂମିରେ ୩୦୦ରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ମୁକ୍ତାମାଳୀ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ମାତ୍ର କରୋନା କାରଣରୁ ଗତ ୨୦୨୦ ମାର୍ଚ୍ଚ ମାସରୁ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଏହି କ୍ଷୁଦ୍ର ବ୍ୟବସାୟୀ । ଗତ ବର୍ଷ ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । କିନ୍ତୁ ତା ମଧ୍ୟରୁ କିଛି କ୍ଷୁଦ୍ର ବ୍ୟବସାୟୀ ଅର୍ଥ ରାଶି ପାଇଥିବା ବେଳେ ଆଉ କିଛି ବ୍ୟବସାୟୀ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସରକାରୀ ଆର୍ଥିକ ସହାୟତାରୁ ବଞ୍ଚିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅନୁଦାନ ପ୍ରଦାନ କରିବାକୁ ଦାବି କରିଛନ୍ତି ମୁକ୍ତାମାଳୀ ବ୍ୟବସାୟୀ ମହାସଂଘ ।

Leave A Reply

Your email address will not be published.