Latest Odisha News

BREAKING NEWS

ଅଗଷ୍ଟ ୧୫ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌। ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ତେବେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ କେଭେିଡ୍‌ ମୁକାବିଲା ବାବଦରେ ଆଲୋଚନା କରିଥିଲେ।

ଗୁରୁବାର ଦିନ ବୃଦ୍ଧି ହୋଇଥିବା ଲକ୍‌ଡାଉନ୍‌ ସମୟରେ କେବଳ ୫୦ ପ୍ରତିଶତ ଲୋକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

ରାତି ୯ ଟା ରୁ ସକାଳ ୫ ଟା ମଧ୍ୟରେ ଜନସାଧାରଣ ଏବଂ ଯାନବାହାନ ଚଳାଚଳ ଉପରେ କଟକଣା ଜାରି ରହିବ।

ତେବେ ନାଇଟ୍‌ କର୍ଫ୍ୟୁ ସମୟରେ ସମୟରେ ସ୍ୱାସ୍ଥ୍ୟ ଏବଂ ଜରୁରୀକାଳୀନ ସେବା, ଆଇନ ଶୃଙ୍ଖଳାକୁ ଅତ୍ୟାବଶ୍ୟକ ସାମଗ୍ରୀକୁ ଅନୁମତି ରହିଛି।

Leave A Reply

Your email address will not be published.