Latest Odisha News

BREAKING NEWS

ସହିଦ ସପ୍ତାହ, ପୋଷ୍ଟର ଲଗାଇବାରେ ମାତିଛନ୍ତି ମାଓବାଦୀ

ନବରଙ୍ଗପୁର: ସୁଯୋଗ ମିଳିବା ମାତ୍ରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ଲାଲ ବାହିନୀ । ଜୁଲାଇ ୨୮’ ତାରିଖଠୁ ଅଗଷ୍ଟ ୩’ ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହି ଅଣସ୍ୱୀକୃତୀପ୍ରାପ୍ତ ଦିବସ ପାଳନ କରିବାକୁ ମାଓ ପ୍ରବଣ ଇଲାକରେ ଲୁଚିଛପି ଲୋକଙ୍କୁ ଅନୁରୋଧ କରୁଛି ଲାଲ ବାହିନୀ ।

ନବରଙ୍ଗପୁର ଜିଲ୍ଲାର ରାଇଘର ଓ କୁଣ୍ଡେଇ ବ୍ଲକରେ ଲାଗିଲା ମାଓ ପୋଷ୍ଟର । ସହିଦ ସପ୍ତାହ ପାଳନ ପାଇଁ ଚଳଚଂଚଳ ଲାଲ ବାହିନୀ । ବ୍ୟାନର ଓ ପୋଷ୍ଟର ମାରିଛି ସୀତାନଦୀ ଏରିଆ କମିଟି । ନକ୍ସଲ ନେତା ଚାରୁ ମଜୁମଦାର ଓ କହ୍ଲେଇ ଚାଟ୍ଟାର୍ଜିର ମୃତ୍ୟୁ ପରେ ମାଓବାଦୀଙ୍କୁ ସହିଦ ସପ୍ତାହ ପାଳନ କରିବାର ନିଶା ଅଧିକ ଘାରିଛି । ରାଇଘର ବ୍ଲକର ଗଂଜାପାରା ଓ ହିରି ଭଳି ଅଂଚଳରେ ଏକାଧିକ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ ଖବର ପାଇବା ପରେ ସମସ୍ତ ପୋଷ୍ଟରକୁ ଜବତ କରିଛି ସ୍ଥାନୀୟ ପୋଲିସ ।

Leave A Reply

Your email address will not be published.