Latest Odisha News

BREAKING NEWS

ଘର ଭିତରୁ ୪ ଫୁଟ ଲମ୍ବର ଗୋଧି ଉଦ୍ଧାର

ଭୁବନେଶ୍ୱର : ପାଇଖାନା ଭିତରୁ ବିରାଟକାୟ ଗୋଧି ଉଦ୍ଧାର ।  ଗୋଧି ପାଇଁ ୫ ଦିନ ବନ୍ଦ ରହିଲା ଗାଧୁଆ ଘରେ । ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ-୬ ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ ଧରି ଉପରକୁ ଉଠିବା ସହିତ ସ୍କାଇ ଲାଇଟ ପଟେ ଗାଧୁଆ ଘରେ ଖସି ପଡ଼ିଥିଲା । ଆଉ ବାହାରି ନପାରି କେବଳ ସେଇ ଗାଧୁଆ ଘର ଭିତରେ ଏପଟ ସେପଟ ହେଉଥିଲା ।

କିନ୍ତୁ ଭିତର କାନ୍ଥ ରେ ଟାଇଲ ଲାଗିଥିବା ହେତୁ ଗୋଧି ଟି ଆଉ ଉପରକୁ ଚଢି ପାରି ନଥିଲା । ଘର ଲୋକେ ଗୋଧିଟିକୁ ଗାଧୁଆ ଘରୁ ତଡିବା ପାଇଁ ବିଚିଂ ପାଉଡର ମଧ୍ୟ ଚଟାଣ ଉପରେ ଛିଞ୍ଚି ଥିଲେ । ହେଲେ କବାଟ ବନ୍ଦ ଥିବାରୁ ଗୋଧିଟି ବାହାରକୁ ବାହାରି ନଥିଲା । ଗୋଧିଟି ଏତେ ବଡ଼ ଥିଲା ଯେ ପାଇଖାନାର ଗାତ ଭିତରେ କେବଳ ମୁଣ୍ଡ ହିଁ ପୁରେଇ ପାରୁଥିଲା, ହେଲେ ବାକି ଦେହ ସେମିତି ବାହାରେ ରହୁଥିଲା ।

ଏମିତି ୪ ଦିନ କଟିବା ପରେ ଘର ଲୋକେ ବାଧ୍ୟ ହେଇ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୁତାର ଘଟଣା ସ୍ଥଳରେ ପହଞ୍ଚି ଗୋଧିଟିକୁ ଉଦ୍ଧାର କରିଥିଲେ । ପ୍ରାୟ ୪ ଫୁଟ ଲମ୍ବର ବିରାଟକାୟ ବେଙ୍ଗଲ ମୋନିଟର ଲିଜ଼ାର୍ଡ ପ୍ରଜାତି ର ଗୋଧିକୁ ପାଇଖାନାରେ ଅଧା ପସି ଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଗୋଧିଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

 

Leave A Reply

Your email address will not be published.