Latest Odisha News

BREAKING NEWS

ଗୃହ ମନ୍ତ୍ରଣାଳୟର ଜନଗଣନା ଓ ଏନପିଆର ବୈଠକରେ ଯୋଗଦେବନି ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରଣାଳୟର ଜନଗଣନା ଓ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର୍ (ଏନପିଆର୍‌) ସମ୍ବନ୍ଧୀୟ ଏକ ବୈଠକ ଜରୁରୀ ଡକାଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ସାମିଲ ହେବ ନାହିଁ ବୋଲି ଜଣାପଡିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ବୈଠକର ଅଧ୍ୟକ୍ଷତା ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କରିବେ । ଏଥିରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହାକୁ ସ୍ଥଗିତ ରଖିବା ପାଇଁ ପଶ୍ଚିମବଙ୍ଗ ଓ କେରଳ ସରକାରଙ୍କୁ ଜଣାଇଥିଲେ ।

ପଶ୍ଚିମବଙ୍ଗ ସମେତ କିଛି ରାଜ୍ୟ ସରକାର ଘୋଷଣା କରି କହିଥିଲେ ଯେ ଏହି ବୈଠକରେ ସେମାନେ ଯୋଗ ଦେବେନି । କାହିଁକିନା ଏହା ଏନଆରସି ସହ ଜଡିତ । ପୂର୍ବରୁ ଲଗାତାର ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନଆରସି ଓ ଏନପିଆରକୁ ବିରୋଧ କରିଆସିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୨୧ରେ ହେବାକୁ ଥିବା ଜନଗଣନା ୨ଟି ପର୍ଯ୍ୟାୟରେ କରାଯିବ । ଏପ୍ରିଲ ୧ ତାରିଖରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏଁ ଚାଲିବ । ପରବର୍ତ୍ତୀ ସମୟରେ ୨ ପର୍ଯ୍ୟାୟ ଗଣନା ଆରମ୍ଭ ହେବ ।

ଆହୁରି ମଧ୍ୟ ଏହି ଜନଗଣନାରେ ଘରର ମୁଖ୍ୟଙ୍କ ଲିଙଗ୍ ସଂକ୍ରାନ୍ତ ପ୍ରଶ୍ନରେ ପୁରୁଷ, ମହିଳା ସହ ତୃତୀୟ ଲିଙ୍ଗ ତଥା ଟ୍ରାନ୍ସଜେଣ୍ଡର ସାମିଲ କରାଯାଇଛି ।

Comments are closed.