Latest Odisha News

BREAKING NEWS

କରୋନା କାଳରେ ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ଦିନ ଆରମ୍ଭ ହୋଇଛି।

କରୋନା କଟକଣା ମଧ୍ୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୩୪ଟି ଆସନରେ ଭୋଟିଂ ଚାଲିଛି।
ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ କୋଲକାତା, ଦକ୍ଷିଣ ଦିନାଜପୁର, ମାଲଦା, ମୁର୍ସିଦାବାଦ ଏବଂ ପଶ୍ଚିମ ବର୍ଦ୍ଧମାନ ଆସନରେ ଭୋଟିଂ ହେଉଛି । ମୋଟ ୨୮୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୩୭ ଜଣ ମହିଳା ରହିଛନ୍ତି । ପ୍ରାୟ ୮୨ ଲକ୍ଷ ଭୋଟର ସେମାନଙ୍କର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ତେବେ ଏହାପୂର୍ବରୁ ଏହି ପର୍ଯ୍ୟାୟରେ ୩୬ଟି ଆସନରେ ଭୋଟିଂ ହେବାକୁ ଥିବା ବେଳେ ମୁର୍ସିଦାବାଦ ଜିଲ୍ଲାର ଜଙ୍ଗିପୁର ଏବଂ ଶ୍ୟାମଶରଗଞ୍ଜ ଆସନର ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିଲା । ଯାହା ଫଳରେ ଏବେ ୩୪ ଆସନରେ ମତଦାନ ଚାଲିଛି ।

ସେହିପରି ପଶ୍ଚିମବଙ୍ଗରେ ମୋଟ୍ ୮ ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଯାଏଁ ୬ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ତେବେ ଆସନ୍ତା ମେ ୨ରେ ନିର୍ବାଚନ ଫଳାଫଳ ଆସିବ।

Leave A Reply

Your email address will not be published.