Latest Odisha News

BREAKING NEWS

ଘାଟିରେ ଓଲଟିଲା ବସ୍, ୭ ଯାତ୍ରୀ ଆହତ

ରାୟଗଡ଼ା: ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଓମ୍ ସାଇ ନାମକ ବସଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୋଳ ଯାଉଥିଲା । ଘାଟି ଚଢ଼ିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ମୁକୁନ୍ଦପୁର ଫାଣ୍ଡି ପୋଲିସ । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଛି ।

Leave A Reply

Your email address will not be published.