Latest Odisha News

BREAKING NEWS

ଆଇଏସଏଲ: ବେଙ୍ଗାଲୁର ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ଓ ବେଙ୍ଗାଲୁର ମ୍ୟାଚ ୧-୧ ଡ୍ରରେ ସମାପ୍ତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ଆରମ୍ଭରୁ ଓଡିଶା ଭଲ ପ୍ରଦର୍ଶନ କରିଥିଲା । ମ୍ୟାଚର ୮ମ ମିନିଟରେ ଡିଏଗୋ ମୌରିସିଓ ଦଳ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଏହା ପରେ ଉଭୟ ଦଳ ରକ୍ଷାଣାତ୍ମକ ଶୈଳୀରେ ଖେଳିଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଓଡିଶା ୧-୦ରେ ଆଗୁଆ ରହିଥିଲା ।

୮୨ତମ ମିନିଟରେ ବେଙ୍ଗାଲୁର ପକ୍ଷରୁ ଇରିକ ପାତାଲୁ ଗୋଲ ସ୍କୋର କରିବା ଫଳରେ ମ୍ୟାଚ ସମାନ ସ୍ଥିତିକୁ ଆସି ଯାଇଥିଲା । ମ୍ୟାଚ ଶେଷ ପର୍ଯ୍ୟନ୍ତ କେହି କାହାକୁ ଆଉ ଗୋଲ ଦେଇପାରି ନ ଥିଲେ । ଓଡିଶା ୧୩ ମ୍ୟାଚ ଖେଳି କେବଳ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ୭ଟି ପରାଜିତ ହୋଇଥିବା ବେଳେ ୫ ମ୍ୟାଚ ଡ୍ର ରହିଛି ।

Leave A Reply

Your email address will not be published.