Latest Odisha News

BREAKING NEWS

ହାଇ ପ୍ରୋଫାଇଲ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ଭିନ୍ନକ୍ଷମଙ୍କୁ ନେଇ ଚାଲିଥିଲା ଦେହ ବ୍ୟବସାୟ 

ଭୁବନେଶ୍ବର : ଭିନ୍ନକ୍ଷମଙ୍କୁ ନେଇ ଦେହ ବ୍ୟବସାୟ । ଏଭଳି ଅନୈତିକ କାଣ୍ଡର ସୌଦାଗର ଖୋଦ୍ ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ ସୁରେଶ କୁମାର ବେହେରା ବୋଲି ଅଭିଯୋଗ ହୋଇଛି । 

ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ଯାହାର ପର୍ଦ୍ଦାଫାଶ କରିଛନ୍ତି ସେହି ମହାସଂଘର କିଛି ଅନ୍ତେବାସୀ ଓ ଷ୍ଟାଫ୍ । କେମିତି ହୁଏ ଡିଲ୍ ତାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆଣିଛନ୍ତି ଅଭିଯୋଗକାରୀ । ଦିନରେ ୨୫ ଶହ, ରାତି ପାଇଁ ୫ ହଜାର ଟଙ୍କାରେ ହୁଏ ଡିଲ୍ । 

ସୂଚନା ଅନୁସାରେ, ବାହାରୁ ଯୁବତୀ ଆସନ୍ତି, ଆଉ ତାଙ୍କ ପାଇଁ ନାମୀଦାମୀ ଗ୍ରାହକ ଠିକ୍ କରନ୍ତି ସୁରେଶ ଚନ୍ଦ୍ର ବେହେରା । ଏମିତିକି ତାଲିମ କେନ୍ଦ୍ର ତଦାରଖ କରିବାକୁ ଆସୁଥିବା କିଛି ସରକାରୀ ବାବୁଙ୍କ ପାଇଁ ଏଠାରେ ଥିଲା ସ୍ୱତନ୍ତ୍ର ରୁମ୍ ସହ ସ୍ୱତନ୍ତ୍ର ବ୍ୟବସ୍ଥା । କେବେ କେବେ ବାହାରୁ ଯୁବତୀ ନଆସି ପାରିଲେ, ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ବାଧ୍ୟ କରାଯାଇ ବ୍ୟବହାର କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି ।

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଏଭଳି ଅନୈତିକ କାଣ୍ଡ ନେଇ ଡିସେମ୍ବର ମାସରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ବି ଚାପରେ ପଡ଼ି ତଦନ୍ତ ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆସନ୍ତାକାଲି ଘଟଣାସ୍ଥଳ ଗସ୍ତ କରିବା ସହ, ଭିଡିଓର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା । ଘଟଣା ସାମ୍ନାକୁ ଆସିବା ପରଠୁ ସୁରେଶ ଚନ୍ଦ୍ର ବେହେରାଙ୍କ ପତ୍ତା ମିଳୁନଥିବା କୁହାଯାଉଛି ।

 

Leave A Reply

Your email address will not be published.