Latest Odisha News

BREAKING NEWS

ଇସ୍ରାଏଲ ରାଜନୀତି: ହାର ମାନି ନାହାନ୍ତି ନେତ୍ୟାନେହୁ, ଏବେ ବି ୧୧ ଦିନ ସମୟ ଅଛି

ତେଲ ଅବିବ: ଇସ୍ରାଏଲର ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ୮ ବିପକ୍ଷ ଦଳ ଏକତ୍ର ହୋଇ ସରକାର ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଯଦି ଏହା ସଫଳ ହୁଏ ତାହାହେଲେ ୧୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ପଦଚ୍ୟୁତ ହେବେ । ଏ ସବୁ ସତ୍ୱେ ନେତ୍ୟାନେହୁ ହାର ମାନି ନାହାନ୍ତି । ବାମପନ୍ଥୀ ସମର୍ଥକଙ୍କୁ ଟାର୍ଗେଟ କରିବା ସହ ରାଷ୍ଟ୍ରବାଦୀ ଦଳକୁ ସମର୍ଥକ ନ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଯଦି ନେତ୍ୟାନେହୁ ବିପକ୍ଷ ଦଳର କିଛି ସାଂସଦଙ୍କୁ ଦଳ ବଦଳାଇବା ପାଇଁ ମନାଇବାରେ ସଫଳ ହୁଅନ୍ତି ତାହାହେଲେ ତାଙ୍କ ସରକାର ବଂଚିଯିବ । ଆଗାମୀ ୧୧ ଦିନ ନେତ୍ୟାନେହୁ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଇସ୍ରାଏଲରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ନାହାନ୍ତି । ଏବେ ୨ ବର୍ଷ ମଧ୍ୟରେ ୪ଥର ନିର୍ବାଚନ ହୋଇସାରିଛି ।

Leave A Reply

Your email address will not be published.