Latest Odisha News

BREAKING NEWS

୨ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କମୁନି ବ୍ରାଉନସୁଗର କାରବାର । ଲକଡାଉନ୍ ରାତିରେ ଧଳା ଜହର ବେପାର । ଗ୍ରାହକ ବେଶରେ ଯାଇ ଅଚାନକ ଚଢ଼ାଉ କଲା କ୍ରାମଇମବ୍ରାଞ୍ଚ ଏସଟିଏସ୍ । ଜଳେଶ୍ୱରରୁ ୨ କିଲୋରୁ ଅଧିକ ଓଜନର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ୩ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ ।

ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ । ଗିରଫ ୩ ଅଭିଯୁକ୍ତ ବ୍ରାଉନସୁଗର ବିକିବାକୁ ଅପେକ୍ଷାରେ ଥିବା ବେଳେ ଗ୍ରାହକ ବେଶରେ ଯାଇ ଧରିଥିଲା ଏସଟିଏଫ୍ । ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଛି । କେଉଁଠୁ ଆଣୁଥିଲେ ବ୍ରାଉନସୁଗର ? ମାଷ୍ଟରମାଇଣ୍ଡ କିଏ ? ଆଉ କେଉଁମାନେ ସାମିଲ ଅଛନ୍ତି ? ରାଜ୍ୟର ଆଉ କେଉଁ ସବୁ ସ୍ଥାନକୁ ଚାଲାଣ କରୁଥିଲେ କି ?

Leave A Reply

Your email address will not be published.