Latest Odisha News

BREAKING NEWS

ଇସ୍ରାଏଲରେ ମେଣ୍ଟ ସରକାର ଭାଙ୍ଗିବ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ସରକାର ଭାଙ୍ଗିବ। ଆସନ୍ତା ସପ୍ତାହରେ ଏ ନେଇ ସଂସଦରେ ଶାସକ ଦଳ ଏକ ବିଲ୍ ଆଣିବ ବୋଲି ସୂଚନା ମିଳିଛି।  ପ୍ରଧାନମନ୍ତ୍ରୀ ନଫଟିଲି ବେନେଟ୍ ତାଙ୍କ ସରକାରର ଅନ୍ୟତମ ସହଯୋଗୀ ଦଳର ପ୍ରମୁଖ ନେତା ତଥା ବୈଦେଶିକ ମନ୍ତ୍ରୀ ୟାର ଲାପି଼ଡଙ୍କ ସହ ମିଶି ସଂସଦକୁ ଭଙ୍ଗ କରିବା ପାଇଁ ଏକ ବିଲ୍ ଦାଖଲ କରିବାକୁ ରାଜି ହୋଇଛନ୍ତି। ଫଳରେ ବର୍ଷ ଶେଷରେ ସାଧାରଣ ନିର୍ବାଚନ ହେବ।

BjdElectrycity

ପ୍ରଧାନମନ୍ତ୍ରୀଙ୍କ ଅଫିସ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ଯେ ମେଣ୍ଟ ସରକାରକୁ ସ୍ଥିର କରିବା ପାଇଁ ସମସ୍ତ ଉଦ୍ୟମ ଶେଷ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଆସନ୍ତା ସପ୍ତାହରେ ଏହି ବିଲ୍ ସଂସଦରେ ଉପସ୍ଥାପନ କରାୟିବ ବୋଲି କୁହାଯାଇଛି।

ଯଦି ଏହି ବିଲ୍ ପାରିତ ହୁଏ ତେବେ ଗତବର୍ଷ ହୋଇଥିବା ମେଣ୍ଟ ରାଜିନାମା ଅନୁସାରେ ଲାପିଡ୍ ବେନେଟଙ୍କ ଠାରୁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ। ଏହାର ଅର୍ଥ ଆସନ୍ତା ମାସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପାଇଁ ଲାପିଡ ଇସ୍ରାଏଲର ନେତା ହେବେ।

ଚାରି ବର୍ଷ ମଧ୍ୟରେ ଇସ୍ରାଏଲରେ ପଞ୍ଚମ ନିର୍ବାଚନ ହେବାକୁ ଯାଉଛି। ବେନେଟ୍-ଲାପିଡ୍ ସରକାର ମାତ୍ର ବର୍ଷେରୁ ଅଧିକ ସମୟ ଧରି କ୍ଷମତାରେ ରହିଛି। ମୋଟ୍ ୮ଟି ଦଳକୁ ଏକାଠି କରି ଏହି ମେଣ୍ଟ ସରକାର ଗଠନ କରାଯାଇଥିଲା।

ତେବେ ଗତ ସପ୍ତାହରେ ଏହି ମେଣ୍ଟର ଅନେକ ସଦସ୍ୟ ଇସ୍ତଫା ଦେଇଥିଲେ ଏବଂ ଅନେକ ଇସ୍ତଫା ଦେବେ ବୋଲି ଧମକ ଦେଉଛନ୍ତି। ଏପରି ସ୍ଥିତିରେ ମେଣ୍ଟ ସରକାର ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ସମ୍ଭାବନା ବଢିଛି। ତେଣୁ ସରକାର ଭାଙ୍ଗିବାକୁ ମେଣ୍ଟ ସରକାର ନିଷ୍ପତ୍ତି ନେଇଛନ୍ତି।

ନେତାନ୍ୟାହୁ ସୋମବାର ରାତିରେ ଏକ ବିବୃତିରେ କହିଛନ୍ତି ଯେ ମେଣ୍ଟର ଆସନ୍ନ ପତନ “ଲକ୍ଷାଧିକ ଇସ୍ରାଏଲ ନାଗରିକଙ୍କ ପାଇଁ ଏକ ବଡ଼ ଖବର” ଏବଂ ତାଙ୍କ ରକ୍ଷଣଶୀଳ ଲିକୁଡ୍ ଦଳ ଏକ “ବିସ୍ତୃତ, ଜାତୀୟ ସରକାର” ଗଠନ କରିବାକୁ ଚେଷ୍ଟା କରିବ।

Leave A Reply

Your email address will not be published.