Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବିଇଓ ବରିଷ୍ଠ କିରାଣୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ହରଭଙ୍ଗା ବିଇଓ ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ପାଢୀ । ଶିକ୍ଷକଙ୍କ ଉପରେ ଚାଲିଥିବା ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଜଣେ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କୌଣସି ସରକାରୀ କର୍ମଚାରୀ କୌଣସି ରାଜନୈତିକ କାର୍ଯ୍ୟରେ ଯୋଗ ଦେଇପାରିବେନି ବୋଲି ନିର୍ଦ୍ଦେଶ ରହିଥିଲା । ଏପରି ପରିସ୍ଥିତିରେ ଜଣେ ଶିକ୍ଷକ ଏକ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାରରେ ଯୋଗ ଦେଇଥିଲେ । ଯେଉଁ କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଶିକ୍ଷକଙ୍କ ଉପରେ ଚାଲିଥିବା ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଉକ୍ତ ଶିକ୍ଷକ ଜଣଙ୍କ ବରିଷ୍ଠ କିରାଣୀ ଶକ୍ଷୀ ପାଢୀଙ୍କ ସାହାର୍ଯ୍ୟ ଲୋଡିଥିଲେ । କିନ୍ତୁ ଶ୍ରୀ ପାଢୀ ତାଙ୍କୁ ଏହି କାମ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏନେଇ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ ଉକ୍ତ ଶିକ୍ଷକ । ପୂର୍ବ ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କାର ଅଧା ଅର୍ଥାତ୍ ୨୦ ହଜାର ଟଙ୍କା ଶିକ୍ଷକ ଜଣଙ୍କ ଶ୍ରୀ ପାଢୀଙ୍କୁ ଦେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ବୁଟୁପାଲି ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି ଟିମ୍ ।

Leave A Reply

Your email address will not be published.