Latest Odisha News

BREAKING NEWS

ଗାନ୍ଧିନଗର ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ଅମିତ ଶାହା

ଗାନ୍ଧିନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଗୁଜୁରାଟ ଗାନ୍ଧିନଗର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଅଟନ୍ତି। ଶାହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ଯୋଗଦେଇ ରାଜ୍ୟ ରାଜଧାନୀର ଗାନ୍ଧିନଗର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଏହି ସମୟରେ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ତାଙ୍କ ପାଇଁ ଗର୍ବର ବିଷୟ ଯେ ନରେନ୍ଦ୍ର ମୋଦୀ ନିଜେ ଗାନ୍ଧିନଗର ଆସନରୁ ଭୋଟର ଅଟନ୍ତି। ଅମିତ ଶାହାଙ୍କ ନାମାଙ୍କନ ପତ୍ରରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ।

ନାମାଙ୍କନ ପରେ ଅମିତ ଶାହା କହିଛନ୍ତି, “ଆଜି ମୁଁ ଗାନ୍ଧିନଗର ଆସନରୁ ମୋର ନାମାଙ୍କନପତ୍ର ଦାଖଲ କରିଛି। ଏହା ମୋ ପାଇଁ ଗର୍ବର ବିଷୟ। କାରଣ ଏହି ଆସନକୁ ଏଲ.କେ ଆଡଭାନୀ, ଅଟଲ ଜୀପ୍ରତିନିଧିତ୍ୱ କରୁଛନ୍ତି। ମୁଁ ୩୦ ବର୍ଷ ଧରି ଏହି ଆସନରୁ ଜଣେ ବିଧାୟକ ଏବଂ ସାଂସଦ ରହିଛି। ଏହି ଅଞ୍ଚଳର ଲୋକମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି।

 

Leave A Reply

Your email address will not be published.