Latest Odisha News

BREAKING NEWS

ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ଆଜି ଶଙ୍ଖ ଭବନରେ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗଦେଲେ ।

୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ବିଜୟ କେତନ । କେନ୍ଦ୍ରାପଡା ଜିଲ୍ଲାର ଜନତା ଦଳରୁ ପ୍ରଥମ ସଭାପତି ଥିଲେ । ୧୯୯୮ ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳରେ ଥିଲେ । ଏହାପରେ ବିଜେପିରେ ମିଶି ରାଜନଗର ଆସନରୁ ୨୦୦୯ରେ ବିଜେପିରୁ ଲଢ଼ିଥିଲେ । ଆଜି ପୁଣି ସେ ବିଜେଡିକୁ ଫେରିଛନ୍ତି ।

ବିଜେଡିରେ ଯୋଗ ଦେବା ପରେ ବିଜୟ କେତନ ସ୍ୱାଇଁଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ସେ କହିଛନ୍ତି ମୁଁ ଜୀବନ ସାରା ବିଜୁ ବାବୁଙ୍କ ଆଦର୍ଶରେ କାମ କରିଛି । ଦଳର ସୁପ୍ରିମୋଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି । ବିଜେଡିର ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବି ।

ବିଜୟ କେତନ ବିଜେଡିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ାରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ପ୍ରତାପ ଜେନା ।

Leave A Reply

Your email address will not be published.