Latest Odisha News

Teachers’ Fight in Sambalpur: ୨ ଶିକ୍ଷୟିତ୍ରୀ ହାତାହାତି ଘଟଣା; ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର: ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଅପର ପ୍ରାଇମେରୀ ବିଦ୍ୟାଳୟରେ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ ଘଟଣାରେ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ଶିକ୍ଷୟିତ୍ରୀ ଦ୍ବୟ ହେଲେ ଉକ୍ତ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଶର୍ମିଷ୍ଠା ପଲେଇ ଓ କସ୍ତୁରୀ ଜେନା।

ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଧନକଉଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ କରନ ଶର୍ମା ସୋମବାର ଉଭୟଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନାଥାଉକି, ବିଦ୍ୟାଳୟରେ ଶୌଚାଳୟ ସଫେଇ କାର୍ଯ୍ଯକୁ ନେଇ ଉଭୟ ଶିକ୍ଷୟିତ୍ରୀଙ୍କ ମଧ୍ଯରେ ପ୍ରଥମେ କଥା କଟାକଟି ପରବର୍ତ୍ତି କାଳରେ ଉଗ୍ର ରୂପ ଧାରଣ କରି ମାରପିଟରେ ରୂପାନ୍ତରିତ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଧନକଉଡ଼ା ବିଇଓଙ୍କ ନିକଟେ ମଧ୍ଯ ଉଭୟ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଶିକ୍ଷାନୁଷ୍ଠାନରେ ଏହି ଘଟଣାକୁ ସ୍ଥାନୀୟ ଅଭିଭାବକ ମହଲରେ ନିନ୍ଦା କରାଯାଉଛି । ଏହାପରେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

 

Comments are closed.