ବ୍ରହ୍ମପୁର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବ୍ରହ୍ମପୁରରେ ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଗତ କିଛି ଦିନ ହେଲା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢିଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସାହୁ କଲୋନୀ ୱାର୍ଡ ନମ୍ବର ୪, ଭାବା ନଗର ୪ନଂ ଲେନ, ତୁଳସୀ ନଗର ୬ନଂ ଲେନ, ବ୍ୟାଙ୍କ କଲୋନୀ ପ୍ରଥମ ଲେନ, ଗାନ୍ଧୀ ନଗର ୪ନଂ ଲେନ ଏବଂ ବର୍ମା କଲୋନୀକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ।
ଏହି ସବୁ ଅଞ୍ଚଳରେ ଅଞ୍ଚଳବାସୀମାନେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଏହି ଅଞ୍ଚଳକୁ ବାହାରୁ କେହି ଆସିପାରିବେ ନାହିଁ କି କେହି ବାହାରକୁ ଯାଇ ପାରିବେ ନାହିଁ। ଏସବୁ ଅଞ୍ଚଳରେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯାଇଥିବା ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ଜଣାଇଛି ।
Comments are closed.