Latest Odisha News

BREAKING NEWS

କୋର୍ଟରେ ହାଜର ହେଲେ ବ୍ରହ୍ମପୁର ନବବଧୂ ତପସ୍ୱିନୀ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନବବଧୂଙ୍କ ଧାରଣା କୋର୍ଟରେ । ଏସିଡିଜେଏମ କୋର୍ଟରେ ପହଁଞ୍ଚିଛନ୍ତି ଧାରଣାରେ ବସିଥିବା ନବବଧୁ ତପସ୍ୱିନୀ । ଆଜି ତାଙ୍କ ମାମଲାର କୋର୍ଟରେ ଶୁଣାଣିି ଥିବାରୁ ତପସ୍ୱିନୀ ଅଦାଲତରେ ପହଁଞ୍ଚିଛନ୍ତି । ଆଜି କୁ ୬ ଦିନ ହେଲା ତପସ୍ୱିନୀ ନିଜ ଶ୍ୱଶ୍ୱର ଘର ଆଗରେ ଧାରଣାରେ ବସିଥିଲେ ।

ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ସେ ଚେତାବନୀ ମଧ୍ୟ ଦେଇଥିଲେ । ସେ ଧାରଣାରେ ବସିଥିବା ବେଳେ ତାଙ୍କ ସହ ଜଣେ ସ୍ୱେଚ୍ଛାସେବୀ ମଧ୍ୟ ଧାରଣାରେ ବସିଥିଲେ । ଅନ୍ୟପଟେ ଘରେ ମାଣବସାଇବାକୁ ଅନୁମତି ମିଳିନଥିବାରୁ ତପସ୍ୱିନୀ ଘର ବାହାରେ ମାଣ ବସାଇଥିଲେ । ହେଲେ ତପସ୍ୱିନୀ ଜିଦ୍ ରେ ଅଟଳ ଥିବା ବେଳେ ତାଙ୍କୁ ବାହାହୋଇଛନ୍ତି ବୋଲି ମାନିଥିଲେ ଡାକ୍ତର ସୁମିତ୍ ।

ସୁମିତଙ୍କ ବାପା ମଧ୍ୟ ତପସ୍ୱିନୀ ତାଙ୍କ ବୋହୁ ବୋଲି ସ୍ୱିକାର କରିଛନ୍ତି । ବାହାଘର ପୂର୍ବ ରୁ ସ୍ଥିର ହୋଇଥିଲା ତପସ୍ୱିନୀ ଗଣ୍ଡଗୋଳ କରି ବାହାରି ଯାଇଛନ୍ତି ବୋଲି ସୁମିତ କହିଥିଲେ ।ଏବଂ ଏହି ମାମଲା କୋର୍ଟରେ ଅଛି । ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା ସୁମିତ କହିଥିଲେ ।

Leave A Reply

Your email address will not be published.