Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ

ବାରିପଦା : କୋଟିପତି ସହକାରୀ ଯନ୍ତ୍ରୀ ଗିରଫ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ଗିରଫ ହୋଇଛନ୍ତି । ଗତକାଲି ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଥିଲା ବିପୁଳ ସମ୍ପତ୍ତି ।ତାଙ୍କ ପାଖରୁ ୨ କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲ ।ଦୁଇ ଦିନ ଧରି ୧୧ ଟି ସ୍ଥାନରେ ଚାଲିଥିଲା ରେଡ୍ । ଘରୁ ଏତେ ଟଙ୍କା ବାହାରିବା ନେଇ ଭିଜିଲାନ୍ସ ମଧ୍ୟ ସନ୍ତୋଷଙ୍କୁ ଜେରା କରିଥିଲା ।

ଏଥିସହ ସନ୍ତୋଷଙ୍କ ଘରୁ ୬୯୫ ଗ୍ରାମ ସୂନା , ଗୋଟିଏ କାର, ତିନୋଟି ବାଇକ ଜବତ ହୋଇଛି ।ତାଙ୍କର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ କୋଠାବାଡି ଥିବା ନେଇ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ । ତାଙ୍କ କେଉଁ ଆକାଉଣ୍ଟରେ କେତେ ଫିକ୍ସ ରହିଛି ସେନେଇ ଖୋଳତାଡ ଚାଲିଛି । କିଛିଦିନ ପୂର୍ବେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା ।

Leave A Reply

Your email address will not be published.