ବ୍ରହ୍ମପୁର:ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଖୁବ୍ ଶୀଘ୍ର ପୀଠର ନବକଳେବର କରାଯିବ। ଶନିବାର ସକାଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ମାଁଙ୍କ ପୀଠରେ ପହଞ୍ଚିଥିଲେ। ଉନ୍ନତିକରଣ ନେଇ ସ୍ଥାନୀୟ କର୍ପୋରେଟର, ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରାଯାଇଥିଲା।
ମନ୍ଦିର ଚାରିପାଖରେ ପ୍ରଥମେ ବୁଲି ନକ୍ସା ଦେଖିଥିଲେ। ଚାରିପାଖରେ କେତେ ଜାଗା ଜବରଦଖଲରେ ରହିଛି, ତାହା ପଚାରି ବୁଝିଥିଲେ। ଉନ୍ନତିକରଣ ଦ୍ବାରା ୩୦ଟି ପରିବାର ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି। ଏଣୁ ମନ୍ଦିର ନିକଟରେ ଥିବା ସରକାରୀ ଜାଗାରେ ୩ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ ସହ ସେଠାରେ ପ୍ରଭାବିତଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ସେହିପରି ମନ୍ଦିର ପାର୍ଶ୍ବରେ ଥିବା ଦୋକାନୀମାନଙ୍କୁ ମନ୍ଦିର ବେଢ଼ା ଭିତରେ କିମ୍ବା ମନ୍ଦିର ନିକଟରେ ଦୋକାନ ଗୃହ କରି ଥଇଥାନ କରାଯିବାକୁ ମଧ୍ୟ ଆଲୋଚନା ହୋଇଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସମୟରେ ଯେମିତି ଆଖପାଖ ଅଞ୍ଚଳରେ କାହାର ଅସୁବିଧା ନହୁଏ, ତାହାକୁ ଗୁରୁତ୍ବ ଦିଆଯିବ। ପରବର୍ତ୍ତୀ ସମୟରେ ଜବରଦଖଲରେ ଥିବା ଜାଗାକୁ ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବ। ମନ୍ଦିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆରକିଟେକ୍ଚର ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ମନ୍ଦିର ପୀଠର ନକ୍ସା ପ୍ରସ୍ତୁତ ହୋଇଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ ଏହା ଚୂଡାନ୍ତ ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ପଠାଯିବ ବୋଲି ମେୟର ସଂଘମିତ୍ରା ଦଳେଇ କହିଛନ୍ତି। ଅନ୍ୟପଟେ ମନ୍ଦିର ବେଢ଼ା ଭିତରେ ୩ରୁ ୪ହଜାର ଲୋକଙ୍କ ନିମନ୍ତେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଯେପରି ସ୍ଥାନୀୟ ବାସିନ୍ଦା ସହଯୋଗ କରିବେ, ସେଥିପ୍ରତି ବିଧାୟକ ପଣ୍ଡା ଗୁରୁତ୍ବ ଦେଇଥିଲେ। ଏହି ଆଲୋଚନା ବେଳେ ସ୍ଥାନୀୟ କର୍ପୋରେଟର, ଅଞ୍ଚଳବାସୀ ଓ ମନ୍ଦିର ପରିଚାଳନା କମିଟିଙ୍କ ସମେତ ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇ, ଡେପୁଟି କମିଶନର ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.