Latest Odisha News

BREAKING NEWS

ନିଜ ରେକର୍ଡ ନିଜେ ଭାଙ୍ଗିଲେ ବ୍ରହ୍ମପୁରର ଏହି ବ୍ୟକ୍ତି, ନିର୍ମାଣ କଲେ ୩ମିମି.ର କଳାକୃତି

ବ୍ରହ୍ମପୁର: ପ୍ରାୟ ୧.୩ ସେମି. ଉଚ୍ଚତା ଏବଂ ୧.୪ ସେମି. ପ୍ରସ୍ଥ ବିଶିଷ୍ଟ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛୋଟ ରଥ ତିଆରି କରିବାର ଦୁଇ ଦିନ ପରେ, ବ୍ରହ୍ମପୁରର ସତ୍ୟ ମହାରଣା ମାତ୍ର ୩ ମିମି. ଉଚ୍ଚତା ଓ ୨ ମିମି. ପ୍ରସ୍ଥ ବିଶିଷ୍ଟ କାଠରେ ଏକ ରଥ ତିଆରି କରି ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି।

ଜଣେ କଳାକାର ଭାବେ ସତ୍ୟ ନିଜ ଉଦ୍ୟମରେ ଛୋଟ ଛୋଟ କଳାକୃତି ତିଆରି ପାଇଁ ପାଖାପାଖି ୨୫ଟି ଆନ୍ତର୍ଜାତୀୟ ତଥା ଜାତୀୟ ରେକର୍ଡ କରିଛନ୍ତି। ସେ କହିଛନ୍ତି ଯେ ଏହି ରଥ ନିର୍ମାଣ ଲାଗି ମୋତେ ଦେଢ ଘଣ୍ଟା ସମୟ ଲାଗିଛି ଏବଂ ମୁଁ ଆଶା କରୁଛି ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ୨୦୧୯ରେ ଦୁଇଟି ଛୋଟ ରଥ ତିଆରି କରିଥିଲି ଏବଂ ଚଳିତ ବର୍ଷ ମଧ୍ୟ ମୁଁ ଏହାକୁ ପୁଣିଥରେ ଠିକ୍ ଭାବରେ ତିଆରି କରିପାରିଛି।

Comments are closed.