Latest Odisha News

BREAKING NEWS

ବ୍ରହ୍ମପୁରରେ ଜରୁରିକାଳୀନ ସେବା ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ

ବ୍ରହ୍ମପୁର: ଲକ୍‌ଡାଉନ ବେଳେ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ । ଏଣିକି ରାତିରେ ଜରୁରିକାଳୀନ ସେବା ପାଇଁ ୨୨ଟି ଅଟୋ ଗଡ଼ିବ । ସେଥିରେ ଯାଆସ କରିପାରିବେ ଲୋକ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ମିଗମ କର୍ତ୍ତୃପକ୍ଷ ।

ରାତିରେ ଚଳାଚଳ କରିବାକୁ ଥିବା ଅଟୋର ନମ୍ବର ଜାରି ହୋଇଛି । କେବଳ ଜରୁରୀ କାର୍ଯ୍ୟ ପାଇଁ ଅଟୋର ଯାଆସ କରି ହେବ । ସହରରେ ଯେକୌଣସି ଯିବ ପାଇଁ ଅଟୋ ଭଡ଼ା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

କରୋନା ମୁକାବିଲା ପାଇଁ ଆସନ୍ତା ୩୧ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲା ଲକଡାଉନରେ ରହିଛି । ଏଥିପାଇଁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇ ବ୍ରହ୍ମପୁର ମହାନଗର ନିଗମ ।

Leave A Reply

Your email address will not be published.