Latest Odisha News

BREAKING NEWS

କୁଳପତିଙ୍କୁ ସାଇବର ଠକେଇ, ୧୪ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର: ସାଇବର ଠକେଇର ଶିକାର ହେଲେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୂଳପତି । ଭିସି ପ୍ରଫେସର ଗୀତାଞ୍ଜଳୀ ଦାସଙ୍କ ଠାରୁ ଡିଜିଟାଲ ଆରେଷ୍ଟ ଜରିଆରେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ।

ଏସପିଙ୍କ ସୂଚନା ମୁତାବକ, ଏ ବିଷୟରେ ଜାଣିବା ପରେ, କୁଳପତି ପ୍ରଫେସର ଦାସ ସାଇବର ଥାନାରେ ଏତଲା ଦାୟର କରିଛନ୍ତି । ପ୍ରଫେସର ଦାସଙ୍କ ଏତଲା ଅନୁଯାୟୀ, ଜଣେ ବ୍ୟକ୍ତି ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ପରିଚୟ ଦେଇ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିବା କହିଥିଲେ । ଯାହା ଫଳରେ ପ୍ରଫେସର ଦାସ ସମ୍ପୃକ୍ତ ବ୍ୟକ୍ତିକୁ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇଥିଲେ ।

ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟରୁ ୧୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । କୁଳପତିଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ଏସପି ।

Comments are closed.