Latest Odisha News

BREAKING NEWS

ଏହି ସ୍ଥାନକୁ ଗଲେ ଉପଭୋଗ କରିପାରିବେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣମାନେ ଛୁଟି ବିତେଇବା ପାଇଁ ଶିମଲା, ମନାଲୀ କିମ୍ବା ନୈନିତାଲ ଯିବାକୁ ଚିନ୍ତା କରୁଛନ୍ତି, ତେବେ ଏଥର ଏହି ସମସ୍ତ ସ୍ଥାନ ଯିବା ବିଷୟରେ ଭାବିବା ବନ୍ଦ କରି ଦିଅନ୍ତୁ। କାରଣ ଆମେ ଆପଣଙ୍କୁ କିଛି ନୂତନ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ, ଯେଉଁଠି ଗଲେ ଆପଣଙ୍କୁ ନୂଆ ଲାଗିବ ଏବଂ ବହୁତ ଆନନ୍ଦ ମଧ୍ୟ କରିପାରିବେ। ଏହି ସ୍ଥାନରେ ପରିବାର ଲୋକଙ୍କ ସହ ଗଲେ ଶାନ୍ତିରେ କିଛି ସମୟ ବିତାଇ ପାରିବେ। କାରଣ ଏହି ସବୁ ସ୍ଥାନରେ କେବଳ ଅଳ୍ପ ଲୋକେ ଯାଆନ୍ତି।

BjdElectrycity

ଆପଣ ସ୍ପିତି ଘାଟି ସମ୍ପର୍କରେ ଜାଣନ୍ତି କି! ଏହା ହିମାଚଳପ୍ରଦେଶର ଏକ ଅଞ୍ଚଳ। ଏହି ସ୍ପିତି ଘାଟି ହିମାଳୟ ପର୍ବତ ଦ୍ୱାରା ଘେରି ରହିଛି। ଏଠାରେ ଥିବା ପୁରୁଣା ହ୍ରଦ ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ଆପଣଙ୍କୁ ବହୁତ ଆରାମ ମିଳିବ। ଏହି ସ୍ଥାନ ୧୨୫୦୦ ଫୁଟ ଉଚ୍ଚରେ ଅବସ୍ଥିତ। ପ୍ରକୃତି ପ୍ରେମୀଙ୍କୁ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ନିଶ୍ଚିତ ଭଲ ଲାଗିବ।

ଉତ୍ତରାଖଣ୍ଡର ଔଲି ମଧ୍ୟ ଏକ ଆରାମଦାୟକ ସ୍ଥାନ। ଏଠାରେ ଆପଣ ପ୍ରକୃତିକୁ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରିପାରିବେ। ଏଠାରେ ଆପଣ ନନ୍ଦା ଦେବୀ, କାମତ କାମେଟ ଏବଂ ମାନା ପାର୍ବତ ପରି ଧାର୍ମିକ ସ୍ଥାନ ପରିଦର୍ଶନ କରିପାରିବେ। ଆପଣ ଏଠାରେ ଦୁଃସାହସିକ କାର୍ଯ୍ୟକଳାପ ମଧ୍ୟ କରିପାରିବେ।

ସିକ୍କିମ୍ ମଧ୍ୟ ଆପଣଙ୍କ ପାଇଁ ସର୍ବୋତ୍ତମ ସ୍ଥାନ ହୋଇପାରିବ। ଏଠାରେ ଆପଣ ନିଜକୁ ପ୍ରକୃତିର କୋଳରେ ପାଇବ। ଏହି ସ୍ଥାନଟି ଦେଖିବାକୁ ଅତ୍ୟନ୍ତ ସୁନ୍ଦର। ଆପଣ ଏହି ସ୍ଥାନରେ ଅଧିକ ଭିଡ଼ ପାଇବେ ନାହିଁ, ତେଣୁ ଏହି ସ୍ଥାନରେ ଆପଣ ନିଜ ପରିବାର ସହିତ ଏକ ଭଲ ସମୟ ବିତାଇ ପାରିବେ।

ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ ଡାର୍ଜିଲିଂ ପରିଦର୍ଶନ କରିପାରିବେ। ଏହା ଏକ ଉପଯୁକ୍ତ ଗନ୍ତବ୍ୟସ୍ଥଳ। ନାଥୁ ଲା, ଇଣ୍ଡୋ-ଚାଇନା ସୀମା ଏବଂ ରୁମଟେକ୍ ମଠ ବ୍ୟତୀତ, ଆପଣ ଏହି ସ୍ଥାନରୁ ଲାଚୁଙ୍ଗ୍ ଏବଂ ୟୁମଥାଙ୍ଗ ଘାଟିର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ। ତେବେ ଆଉ ଡେରି କାହିଁକି, ଏହି ସବୁ ସ୍ଥାନ ଯିବା ପାଇଁ ନିଜ ପରିବାର ସହ ପ୍ଲାନ କରନ୍ତୁ।

Leave A Reply

Your email address will not be published.