Latest Odisha News

ବ୍ରିଜଭୂଷଣଙ୍କୁ ଧକ୍କା ଦେଇ ନିଜକୁ ଖସାଇଥିଲେ ମହିଳା ରେସଲର; ସାକ୍ଷୀ ଦେଲେ ଅନ୍ତର୍ଜାତୀୟ ରେଫରୀ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ଅଭିଯୋଗରେ ଫସିଥିବା କୁସ୍ତିସଂଘ ଅଧ୍ୟକ୍ଷ  ତଥା ବିଜେପି ସାଂସଦ ବ୍ରିଜଭୂଷଣ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରିଜ ଭୂଷଣଙ୍କ ବିରୋଧରେ ସାକ୍ଷୀ ଦେଇଛନ୍ତି ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ । ଆଜି ଏକ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି, ଜଣେ ମହିଳା କୁସ୍ତିଯୋଦ୍ଧା  ବହୁ ସଂଘର୍ଷ କରି ବ୍ରିଜଭୂଷଣଙ୍କ କବଳରୁ ଖସିଥିଲେ । ସେ ତାଙ୍କୁ ଧକ୍କା ଦେଇ ସେଠାରୁ ଖସି ଆସିବାରେ ସମର୍ଥ ହୋଇଥିଲେ ।

ଜଗବୀର ସିଂ ୨୦୦୭ର ଅନ୍ତରାଷ୍ଟ୍ରୀୟ କୁସ୍ତୀ ରେଫରୀ । ସେଦିନର ଘଟଣା ବର୍ଣ୍ଣନା କରି ସେ କହିଛନ୍ତି, ବ୍ରଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କ ବଙ୍ଗଳାରେ ଛିଡ଼ା ହୋଇଥିଲେ । ବ୍ରିଜଭୂଷଣ ତାଙ୍କୁ ଜାବୁଡି ଧରିଥିଲେ । ସେ ବଳ ପ୍ରୟୋଗ କରି ନିଜକୁ ମୁକୁଳାଇଥିଲେ । ସେ ବ୍ରିଜ ଭୂଷଣଙ୍କୁ ଧକ୍କା ଦେଇଥିଲେ । ଏଥିସହିତ କିଛି କହି ଦୂରକୁ ଚାଲିଯାଉଥିବା ସେ ଦେଖିଛନ୍ତି ବୋଲି କହିଛନ୍ତି । ଜଗବୀର କହିଛନ୍ତି, ସେ ଏକାଧିକବାର ମହିଳା ରେସଲରଙ୍କୁ ବ୍ରିଜଭୂଷଣ ହଇରାଣ କରୁଥିବା ଦେଖିଛନ୍ତି ।

ସୂଚନାଥାଉ କି, ମହିଳା କୁସ୍ତିଯୋଦ୍ଧାମାନେ ସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନଉତ୍ପୀଡନ ଅଭିଯୋଗ ଆଣି ଧାରଣାରେ ବସିଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଆନ୍ଦୋଳନରେ ଅନ୍ତର୍ଜାତୀୟ ସ୍ତରର ଖେଳାଳୀ  ଭିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ପ୍ରମୁଖ ସାମିଲ ହୋଇଛନ୍ତି ।

ଆସନ୍ତା ସପ୍ତାହରେ ଦି୍ଲ୍ଲୀ  ପୋଲିସର ଏସଆଇଟି ଟିମ ଯାଞ୍ଚ ରିପାର୍ଟ କୋର୍ଟରେ ଦାଖଲ କରିପାରେ । ଏଥିରେ ୨୦୮ ଜଣଙ୍କର ବୟନ ରେକର୍ଡ କରାଯାଇଛି ।

Leave A Reply

Your email address will not be published.