Latest Odisha News

BREAKING NEWS

ବିହାରରେ ନାବାଳିକା ହତ୍ୟା; ୧୩ ବର୍ଷ ପରେ ୭ ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଦରଭଙ୍ଗା: ବୁଧବାର ଦରଭଙ୍ଗା ଜିଲ୍ଲା କୋର୍ଟ ଏକ ଐତିହାସିକ ରାୟ ଶୁଣାଣି କରିଛନ୍ତି । ଜଣେ ୧୦ ବର୍ଷୀୟା ନାବାଳିକା ହତ୍ୟା ମାମଲାରେ ୧୩ ବର୍ଷ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାତ ଜଣ ଅଭିଯୁକ୍ତ ହେଉଛନ୍ତି ମହିଳା ।

ଆଜକୁ ୧୩ ବର୍ଷ ପୂର୍ବେ ଏକ ଜମିଜମା ଗଣ୍ଡଗୋଳରେ ୧୦ ବର୍ଷୀୟ ନାବାଳିକାକୁ ହତ୍ୟା କରିଥିଲେ । ଏହି ନିର୍ମମ ହତ୍ୟାକାଣ୍ଡର ନ୍ୟାୟ ଆଜି ମିଳିଛି ବୋଲି ଆଡିସନାଲ ପବ୍ଲିକ ପ୍ରୋସିକ୍ୟୁଟର ରେଣୁ ଝା ସୂଚନା ଦେଇଛନ୍ତି । ୧୩ ବର୍ଷ ତଳେ ଝିଅଟି ତା ବାପା ପାଇଁ ଖାଦ୍ୟ ନେଇ ଯାଉଥିବା ବେଳେ ରାସ୍ତାରେ ସାତ ଜଣ ମହିଳା ଅଟକାଇ ଜବରଦସ୍ତି କରିଥିଲେ ।

ସେମାନଙ୍କ ଠାରୁ ଖସିବାକୁ ଉଦ୍ୟମ କଲା ବେଳେ ଉତ୍ୟକ୍ତ ମହିଳା ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ବୁଧବାର ଜିଲ୍ଲା କୋର୍ଟ ସମସ୍ତ ସାତ ଜଣ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏବେ ସମସ୍ତ ଦୋଷୀ ମହିଳା ଜାମିନରେ ଥିବା ବେଳେ ଦରଭଙ୍ଗା ପୋଲିସ ସେମାନଙ୍କୁ ଯଥାଶୀଘ୍ର କାରାଗାର ବାଟ ବ୍ୟବସ୍ଥା କଲାଣି ।

Leave A Reply

Your email address will not be published.