Latest Odisha News

BREAKING NEWS

ଭେଟେରାନ ଗାୟିକ ଆଶା ଭୋସଲେଙ୍କ ଫଟୋ ବାୟୋଗ୍ରାଫି ଉନ୍ମୋଚନ କଲେ ଅମିତ ଶାହ

ମୁମ୍ବାଇ: ଆଜି ମୁମ୍ବାଇରେ ଭେଟେରାନ ଗାୟିକ ଆଶା ଭୋସଲେଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଶା ଭୋସଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକରେ ଗୋଟେ ରାଉଣ୍ଡ ସଙ୍ଗୀତ ପରିବେଷଣ ହୋଇଥିଲା । ଆଶା ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଏକ ଗୀତ ମଧ୍ୟ ଗାଇଥିଲେ, ଯାହା ଗୃହମନ୍ତ୍ରୀଙ୍କୁ ବେଶ ଆକର୍ଷିତ କରିଥିଲା । କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ସେ ଅନେକ ଭାଷାରେ ଗୀତ ଗାଇଥିଲେ । ଯାହା ଉପସ୍ଥିତ ଲୋକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା ।

ଗାୟିକ ଆଶା ଭୋସଲେଙ୍କ ଫଟୋ ବାୟୋଗ୍ରାଫିକୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଉନ୍ମୋଚନ କରିଛନ୍ତି । ସହ୍ୟାଦ୍ରି ଗେଷ୍ଟ ହାଉସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ମୁମ୍ବାଇ ସଭାପତି ଆଶିଷ ଶୋଲାର, ଆଶା ଭୋସଲେ ଏବଂ ସେମାନଙ୍କ ପରିବାରର କିଛି ସଦସ୍ୟ ଉପସ୍ଥିତ ଥିଲେ । ଏହି ଫଟୋ ବାୟୋଗ୍ରାଫି ‘ବେଷ୍ଟ ଅଫ୍ ଆଶା ଭୋସଲେ’ ରେ ପ୍ରସିଦ୍ଧ ଫଟୋଗ୍ରାଫର ଗୌତମ ରାଜାଧ୍ୟକ୍ଷ ଆଶା ଭୋସଲେଙ୍କ ଅନେକ ବିଶେଷ ମୁହୁର୍ତ୍ତର ଫଟୋ ଅନ୍ତର୍ଭୁକ୍ତ କରିଛନ୍ତି ।

ଏହି ବିଶେଷ ବୈଠକରେ ଆଶା ଭୋସଲେ ଦେବ ଆନନ୍ଦଙ୍କ ଫିଲ୍ମ ‘ହମ୍ ଦୋନୋ’ ର ଗୀତ ‘ଅଭି ନା ଜାଓ ଛୋଡକେ… ‘ ଗୀତ ଗାଇଥିଲେ । ଏହା ପରେ ସେ ଦୁଇଟି ଗୁଜୁରାଟୀ ଗୀତ ମଧ୍ୟ ଗାଇଥିବାର ନଜର ଆସିଥିଲେ ।

ଏହି ସମୟରେ ଆଶା ଭୋସଲେ ସଙ୍ଗୀତ ପ୍ରତି ତାଙ୍କର ଭଲପାଇବା ପ୍ରକାଶ କରିଥିଲେ । ଆଶା କହିଛନ୍ତି, ‘ଯଦି ଆମେ ନିଃଶ୍ୱାସ ନେବାନାହିଁ, ତେବେ ମରିଯିବା । ସେହିପରି ମୋ ପାଇଁ ସଂଗୀତ ହେଉଛି ମୋର ନିଃଶ୍ୱାସ । ଏହି ଚିନ୍ତାଧାରା ସହିତ ମୁଁ ମୋ ଜୀବନ ବିତାଇଛି । ମୁଁ ସଙ୍ଗୀତକୁ ବହୁତ କିଛି ଦେଇଛି’ ।

 

Leave A Reply

Your email address will not be published.