Latest Odisha News

BREAKING NEWS

ଆମେଠୀରୁ ରାହୁଲ, ରାଏବରେଲିରୁ ପ୍ରିୟଙ୍କା ଲଢ଼ିବା ନେଇ ଚର୍ଚ୍ଚା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଗଠବନ୍ଧନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆମେଠୀରୁ ଲଢ଼ିବେ ନା ନାହିଁ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାହୁଲ କେଉଁ ଆସନରୁ ଲଢ଼ିବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେଠି ଜିଲ୍ଲାର କଂଗ୍ରେସ ଅଧ୍ୟକ୍ଷ ଦୃଢୋକ୍ତି ସହ କହିଛନ୍ତି ୨୦୨୪ରେ ଲୋକସଭା ନିର୍ବାଚନରେ ଆମେଠିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ । ଦିଲ୍ଲୀରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ସାରି ଫେରିଥିବା କଂଗ୍ରେସ ଜିଲ୍ଲାର ଅଧ୍ୟକ୍ଷ ପ୍ରଦୀପ ସିଂଘଲ ରାହୁଲ ଆମେଠୀରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି । ଯାହାର ଘୋଷଣା ଖୁବଶୀଘ୍ର କରାଯିବା କଥା ମଧ୍ୟ ସେ କହିଛନ୍ତି ।

ଏହା ସହ ସେ କହିଛନ୍ତି ପାର୍ଟି ପକ୍ଷରୁ ଆମେଠୀନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କାର୍ଯ୍ୟକର୍ତ୍ତା ନିଜ ନିଜ କାର୍ଯ୍ୟ ସଠିକ୍ ଭାବେ ତୁଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ଆମେଠୀରୁ ଯେପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜିତିବେ କଂଗ୍ରେସ ପକ୍ଷରୁ ସବୁ କିଛି ପ୍ରସ୍ତୁତ ଅଛି ।

କହିବାକୁ  ଗଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ  ଏବଂ ସାଂସଦ ରାହୁଲ ଗାନ୍ଧୀ ୨୦୦୨ରୁ ୨୦୧୯ ପର୍ଯ୍ୟନ୍ତ ଆମେଠୀରୁ ସାଂସଦ ଥିଲେ । ହେଲେ ୨୦୧୯ରେ ଭାରତୀୟ ଜନତା ପାର୍ଟିର ନେତ୍ରୀ ସ୍ମୃତି ଇରାନୀ ରାହୁଲଙ୍କ ହରାଇ ଆମେଠିରୁ ବିଜୟ ଲାଭ କରିଥିଲେ । ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ିଥିଲେ । କେରଳର ଓ୍ବାଇନାଡାରୁ ୨୦୧୯ରେ ସାଂସଦ ପଦ ଜିତିଥିଲେ ରାହୁଲ । ସେହିପରି ରାଏବରେଲି ଆସନରୁ ପ୍ରିୟଙ୍କା ଗାନ୍ଧୀ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ରାଏବେରଲି ଆସନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆସନ । ସୋନିଆ ଗାନ୍ଧୀ ରାଜ୍ୟସଭା ଯିବା ପରେ ରାଏବରେଲିରୁ ପ୍ରିୟଙ୍କା ଲଢ଼ିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.