ଭୁବନେଶ୍ବର:ଛୋଟ ଶିଶୁଙ୍କୁ ତେଲ ମାଲିସ କଲେ ହାଡଶକ୍ତ ହେବା ସହ ଶରୀରର ବିକାଶ କରିବାରେ ସାହାଯ୍ୟ କରେ । ନବଜାତ ଶିଶୁଙ୍କୁ ତେଲ ମାଲିସ କଲେ ଶରୀରର ଗଠନକୁ ଉନ୍ନତ କରିବାରେ ସାହାଯ୍ୟ କରେ । ତେବେ ଶିଶୁଙ୍କ ପାଇଁ କେଉଁ ତେଲ ଭଲ ଆସନ୍ତୁ ଜାଣିବା..
-ରାଶି ତେଲ ମାଲିସ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଏ । ଯାହା ଶିଶୁକୁ ଆକ୍ଟିଭ କରିଥାଏ । ଏଥିସହ ରାଶି ତେଲ ମାଲିସ ନବଜାତ ଶିଶୁଙ୍କ ଚର୍ମ ସଂକ୍ରମଣର ଆଶଙ୍କା ମଧ୍ୟ ହ୍ରାସ କରେ ।
-ବାଦାମ ତେଲକୁ ଶିଶୁ ମାଲିସ ପାଇଁ ସର୍ବୋତ୍ତମ ତେଲ । ଏଥିରେ ଭିଟାମିନ୍-ଇ ରହିଛି । ଯାହା ଚର୍ମ ଏବଂ କେଶ ପାଇଁ ବହୁତ ଲାଭଦାୟକ । ଏଥିସହ ସେମାନଙ୍କର ରଙ୍ଗ ମଧ୍ୟ ଉଜ୍ଜଳ ହୁଏ ଓ ହାଡ଼କୁ ମଧ୍ୟ ମଜବୁତ କରେ ।
-ନଡ଼ିଆ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଏହା ମାଂସପେଶୀକୁ ମଜବୁତ କରେ ଓ କେଶ ବୃଦ୍ଧିରେ ସାହାଯ୍ୟ କରେ ।
– ସେହିପରି ସୋୟାବିନ୍ ତେଲ ଶିଶୁର ଶରୀରକୁ ଉଷ୍ମତା ପ୍ରଦାନ କରେ । ଏହାସହ ଏହି ତେଲ ହାଡ଼ ଏବଂ ମାଂସପେଶୀକୁ ମଜବୁତ କରେ । ଏହି ତେଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ମଧ୍ୟ ରହିଛି ଯାହା ଚର୍ମ ସଂକ୍ରମଣକୁ ରୋକିଥାଏ । ଶୀତଦିନେ ଶିଶୁମାନଙ୍କ ପାଇଁ ସୋୟାବିନ୍ ତେଲ ମାଲିସକୁ ଭଲ ବୋଲି କୁହାଯାଏ ।
-ଅଲିଭ ତେଲରେ ଓମେଗା-୩ ଫ୍ୟାଟି ଏସିଡ୍ ପ୍ରଚୁର ଥାଏ । ଯାହା ଶିଶୁର ଚର୍ମ କୋଷଗୁଡ଼ିକୁ ନିର୍ମାଣ କରିବାରେ ସାହାଯ୍ୟ କରେ । ଏହି ତେଲ ମାଲିସ୍ କଲେ ହାଡ ମଜବୁତ ହୁଏ ।