Latest Odisha News

ଜେଡ୍ ପ୍ଲାଣ୍ଟକୁ ଘରର ଏହି ଦିଗରେ ରଖନ୍ତୁ; ଧନର ହେବ ଆଗମନ

ଭୁବନେଶ୍ବର: ଆଜିକାଲି ଜେଡ୍‌ ପ୍ଲାଣ୍ଟ ସମସ୍ତେ ଘରେ ରଖୁଛନ୍ତି । ଏହା ଏକ ଇଣ୍ଡୋର ପ୍ଲାଣ୍ଟ। ତେବେ ଜାଣିଛନ୍ତି କି, ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ଓ ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି ଗଛକୁ ଘରେ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହୁଏ ଏବଂ ବନ୍ଧୁତାରେ ନିବିଡ଼ତା ଆସିଥାଏ ।

ତେବେ ଭାଗ୍ୟ ଓ ଧନକୁ ଆକର୍ଷିତ କରୁଥିବା ଏହି ଗଛକୁ ଘରର ମୁଖ୍ୟଦ୍ୱାର ନିକଟରେ ରଖିବା ଅତ୍ୟନ୍ତ ଶୁଭ । ମୁଖ୍ୟଦ୍ୱାର ପାଖରେ ଏହାକୁ ରଖିଲେ, ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜାକୁ ଏହା ଆସିବାକୁ ଦେଇନଥାଏ।

ମୁଖ୍ୟଦ୍ୱାର ବ୍ୟତୀତ ଏହାକୁ ଘରର ହଲ୍‌/ ଡ୍ରଇଂ ରୁମ୍‌ର ଦକ୍ଷିଣ-ପୂର୍ବ ଦିଗରେ ଓ ଲିଭିଂ ରୁମ୍‌ର ଝରକା ପାଖରେ ବି ରଖିପାରିବେ।

ଧ୍ୟାନ ରଖିବେ ଏହି ଗଛକୁ କିଛି ସମୟ ପାଇଁ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ରଖିବେ । କାରଣ ଏହି ଗଛ ଉପରେ ଆଲୋକ ପଡିଲେ, ଏହା ସକାରାତ୍ମକ ଉର୍ଜା ଉତ୍ପନ୍ନ କରି ଘରେ ସୁଖସମୃଦ୍ଧି ବୃଦ୍ଧି କରିଥାଏ। ଆହୁରିମଧ୍ୟ ପରିବାରର ସଦସ୍ୟଙ୍କ ଭିତରେ  ଆତ୍ମବିଶ୍ୱାସ ଭରି ଦେଇଥାଏ ଏହି ଜେଡ୍ ପ୍ଲାଣ୍ଟ।

ଏହି ଗଛକୁ କେବେ ବି ଅନ୍ଧାରୁଆ ତଥା ଅପରିଷ୍କାର ସ୍ଥାନରେ ରଖିବେ ନାହିଁ। ବେଡ୍‌ରୁମ୍‌ରେ ମଧ୍ୟ ଏହାକୁ ରଖିବା ଶୁଭପ୍ରଦ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ୩ ଫୁଟରୁ ଅଧିକ ବଢିବାକୁ ଦେବା ବି ଠିକ୍‌ ନୁହେଁ  ।

 

Comments are closed.