ଭୁବନେଶ୍ବର: ରାତିରେ ଅନେକ ଜଣକଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଖାଦ୍ୟ ଖାଇବା ପରେ ପେଟ ଫୁଲିବା, ଗ୍ୟାସ ହେବା ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ସରଳ ଯୋଗ ରହିଛି, ରାତିରେ ଖାଦ୍ୟ ଖାଇବା ପରେ କରିପାରିବେ ।
ପବନମୁକ୍ତାସନ: ଏହି ଯୋଗାସନ କଲେ ପେଟର ମାଂସପେଶୀ ଉପରେ ଚାପ ପଡ଼ିଥାଏ। ଫଳରେ ହଜମ ପ୍ରକ୍ରିୟା ତ୍ବରାନ୍ବିତ ହୁଏ । ଏଥିସହ ପେଟରେ ରକ୍ତ ସଞ୍ଚାଳନ ବୃଦ୍ଧି ହୁଏ , ଏହା ଦ୍ବାରା ଗ୍ୟାସ ଏବଂ ପାଇଲ୍ସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ଏହି ଆସନ କରିବାକୁ ପ୍ରଥମେ ସମାନ୍ତରାଳ ଭାବେ ଶୋଇବେ । ଏହାପରେ ଆଣ୍ଠୁକୁ ଭାଙ୍ଗି ଛାତିକୁ ଲଗାଇବେ। ମୁଣ୍ଡକୁ ଉପରକୁ ଉଠାଇ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଏଭଳି ଅବସ୍ଥାରେ ରହିବେ । ଏହି ଆସନକୁ ଦଶ ଥର ରିପିଟ୍ କରନ୍ତୁ ।
ବଜ୍ରାସନ: ଖାଦ୍ୟ ଖାଇବା ପରେ ବଜ୍ରାସନରେ ବସିବା ଦ୍ବାରା ଖାଦ୍ୟ ହଜମ ହୋଇଥାଏ । ଏହାସହ ଅନ୍ତନଳୀ ଉପରେ ପ୍ରଭାବ କାରଣରୁ କୋଷ୍ଠକାଠିନ୍ୟ ସମସ୍ୟା ହୁଏ ନାହିଁ ।
ବଜ୍ରାସନରେ ଆଣ୍ଠୁମାଡ଼ି ବସିବା ସହିତ ହାତକୁ ସିଧା କରି ଜଙ୍ଘ ଉପରେ ରଖନ୍ତୁ। ଏପରି ଅବସ୍ଥାରେ ପନ୍ଦର ମିନିଟ୍ ବସନ୍ତୁ ।
ଏଥିସହ ଆପଣ ଖାଦ୍ୟ ଖାଇବା ପରେ ପନ୍ଦର ମିନିଟ ଚାଲିବା ଉଚିତ । ଚାଲିବା ଦ୍ବାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଫଳରେ ହଜମ ପ୍ରକ୍ରିୟା ତ୍ୱରିତ ହୋଇଥାଏ । ଅନ୍ୟପଟେ ଚାଲିବା ଦ୍ୱାରା ଗ୍ୟାସ , ଏସିଡିଟି ସମସ୍ୟା ହୁଏ ନାହିଁ ।
Comments are closed.