ଅଣ୍ଟା ବିନ୍ଧା ହେଉଛି କି ? ପ୍ରତିଦିନ କରନ୍ତୁ ଏହି ୫ ଯୋଗାଭ୍ୟାସ…
ଭୁବନେଶ୍ବର: ବର୍ତ୍ତମାନ ସମୟରେ ଅଣ୍ଟା ବିନ୍ଧା ବଡ ସମସ୍ଯା ପାଲଟିଛି। ଆଜିକାଲି ଘରେ ବସି କାମ କରୁଥିବା ଲୋକଙ୍କ ଅଣ୍ଟା ବିନ୍ଧା ସମସ୍ଯା ବେଶୀ ଦେଖିବାକୁ ମିଳୁଛି। ଏହି କାରଣରୁ ସେମାନେ ଅସୁସ୍ଥ ହୋଇପଡ଼ୁଛନ୍ତି। ଏଥିପାଇଁ ରାମବାଣ ପାଲଟିଛି ଯୋଗାସନ। ଜୀବନଶୈଳୀରେ ଯୋଗକୁ ସାମିଲ କରିବାକୁ ଏକ୍ସପର୍ଟ ମାନେ ମତ ଦେଉଛନ୍ତି। ଏଠାରେ ଆମେ କିଛି ଯୋଗାସନର କଥା କହିବୁ ଯାହା ଆପଣଙ୍କ ଅଣ୍ଟା ବିନ୍ଧାରୁ ମୁକ୍ତି ଦେବ। କେବଳ ଅଣ୍ଟା ବିନ୍ଧା ନୁହେଁ ଆପଣଙ୍କ ଅନେକ ରୋଗ ମଧ୍ୟ ଦୂର ହେବ। ଆସନ୍ତୁ ଜାଣିବା କିପରି ଯୋଗ ମାଧ୍ୟମରେ ଆମେ ଅଣ୍ଟା ବିନ୍ଧାରୁ ରକ୍ଷା ପାଇ ପାରିବା।
ଅଣ୍ଟା ବିନ୍ଧାରୁ ମୁକ୍ତି ଦେବ ଏହିସବୁ ଯୋଗାସନ

ଭୁଜଙ୍ଗାସନ: ଏହି ଆସନରେ ଅଣ୍ଟାର ନିମ୍ନ ଭାଗ ଏବଂ ସେଠାରେ ଥିବା ମାଂସପେଶୀ ମଜଭୁତ ହୋଇଥାଏ। ଏହି ଆସନରେ ପିଠି ଓ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିଥାଏ ।

ମର୍କଟାସନ: ଏହି ଆସନରେ ପିଠି ଓ ଅଣ୍ଟା ବିନ୍ଧା କମ ହୋଇଥାଏ। ଏହି ଆସନ ପ୍ରତିଦିନ ଅଭ୍ଯାସ କରିବ ଦ୍ବାରା ଶରୀରର ମାଂସପେଶୀରେ ନମନୀୟତା ଆସିଥାଏ ।
ସେତୁବନ୍ଧାସନ : ଏହି ଆସନ ପିଠି ଓ ଅଣ୍ଟା ବିନ୍ଧା ପାଇଁ ବହୁତ ଭଲ କାମ କରିଥାଏ। ଏହି ଆସନ ଅଭ୍ଯାସ ଦ୍ଵାରା ଶରୀରର ନିମ୍ନ ଭାଗରେ ଥିବା ମାଂସପେଶୀ ପ୍ରସାରିତ ହୋଇଥାଏ।
ବାଳାସନ: ଏହା ପିଠି ଓ ଅଣ୍ଟା ବିନ୍ଧାରୁ ମୁକ୍ତି ଦେଇଥାଏ। ଏହି ଆସନ କରିବା ଦ୍ବାରା ମାନସିକ ଶାନ୍ତି ଆସିଥାଏ।

ଧନୁରାସନ : ଏହି ଆସନ ଅଣ୍ଟାରେ ଥିବା ମାଂସପେଶୀ ଓ ହାଡକୁ ନମନୀୟ କରିଥାଏ। ଏହା ମଧ୍ୟ ପିଠି ଓ ଅଣ୍ଟା ବିନ୍ଧାରୁ ମୁକ୍ତି ଦେଇଥାଏ।
ଏହିସବୁ ଯୋଗାଭ୍ୟସ କରିବା ଦ୍ବାରା କେବଳ ଅଣ୍ଟା ବିନ୍ଧା ନୁହେଁ, ସାରା ଶରୀର ସୁସ୍ଥ ରହିଥାଏ।
Comments are closed.