କଟକ: କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ହୋମକ୍ୱାରେଣ୍ଟାଇନରୁ ୧୧୮ ଜଣ, ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ୫୯ ଜଣ ଓ ୪୫ ଜଣ ସ୍ଥାନୀୟ ସଂକ୍ରମଣ ଥିଲେ ବୋଲି ସିଏମ୍ସି କମିଶନର ଅନନ୍ୟା ଦାସ ଆଜି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, କଣ୍ଟେନମେଣ୍ଟ ଜୋନରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ତାଲିକା ପ୍ରସ୍ତୁତ କରାଯାଉଛି। ବୃଦ୍ଧ, ରୋଗୀ, ଗର୍ଭବତୀଙ୍କ ତାଲିକା ପ୍ରସ୍ତୁତ କରି ଆମେ ନମୁନା ପରୀକ୍ଷା କରୁଛୁ। ପୁରୁଣା ରାଉସପାଟଣା ୧୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମାଲଗୋଦାମର ବେହେରା ସାହି ୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏଠାରେ ଘରଗୁଡ଼ିକ ଲାଗିଲାଗି ଥିବାରୁ ଏଠାରେ ଟେଷ୍ଟିଂର ଆବଶ୍ୟକତା ଅଛି। କୋଭିଡ ରୋଗୀଙ୍କ ପାଇଁ ଆମେ ସପ୍ତାହକୁ ୨ ଥର ୱେବିନାର ଆୟୋଜନ କରିବୁ।
Comments are closed.