Latest Odisha News

BREAKING NEWS

ବନ୍ଧୁତ୍ୱ ଦିବସରେ ସୁଦର୍ଶନଙ୍କ ସୁନ୍ଦର ବାଲୁକାକଳା ପ୍ରଦର୍ଶନ

ପୁରୀ : ଆଜି ସାରା ବିଶ୍ୱ ପାଳନ କରୁଛି ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ଭାବେ ବିଶ୍ୱବାସୀ ପାଳନ କରିଥାଆନ୍ତି ।

ଏହି ‘ବନ୍ଧୁତ୍ୱ ଦିବସ’ଟି ଅଗଷ୍ଟ ୨ ତାରିଖ ୧୯୩୦ ମସିହାରେ ହାଲମାର୍କ କାର୍ଡ଼ କମ୍ପାନୀର ଜୋସ ହାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ତେବେ ୧୯୯୮ ମସିହାରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ କୋଫି ଆନନଙ୍କ ପତ୍ନୀ ନାନେ ଆନନ ବିଶ୍ୱ ମୈତ୍ରି ଲାଗି ଦୂତ ହୋଇ ବିଶ୍ୱ ବନ୍ଧୁତା ଲାଗି କାର୍ଯ୍ୟ କରିଥିଲେ ।

ଭାରତରେ ଏହି ଦିବସଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯିବା ସହିତ ବିଭିନ୍ନ ସ୍ଥାନରେ ବନ୍ଧୁମାନେ ଏକତ୍ରିତ ହୋଇ ଭୋଜି କରିବାର ଦେଖାଯାଇଥାଏ ।

ଯେଉଁ ବନ୍ଧୁମାନେ ଦୂରରେ ରହିଥାଆନ୍ତି ସେମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ପଠାଇଥାଆନ୍ତି ।

‘ବନ୍ଧୁତ୍ୱ ଦିବସ’ ଅବସରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଏଥିରେ ଦୁଇଟି ହାତ ବନ୍ଧୁତାର ସ୍ପର୍ଶ ଦେଇଛନ୍ତି । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି – “ ସମସ୍ତଙ୍କୁ ମୋର ‘ବନ୍ଧୁତ୍ୱ ଦିବସ’ର ଶୁଭେଚ୍ଛା । ସମସ୍ତଙ୍କୁ ସକାରାତ୍ମକ ଶୁଭେଚ୍ଛା ବାତ୍ତା ପ୍ରଦାନ କରି ବନ୍ଧୁତାକୁ ପ୍ରସାରିତ କରନ୍ତୁ, ହସନ୍ତୁ । ମୋ ବାଲୁକା କଳା – ପୁରୀ ବେଳାଭୂମି ” ।

 

ଓଡ଼ିଶା ପୋଲିସ ମଧ୍ୟ ବନ୍ଧୁତା ଦିବସ ପାଳନ କରିଛନ୍ତି । କୁକୁର ପ୍ରକୃତ ବନ୍ଧୁରୂପେ ଓଡ଼ିଶା ପୋଲିସକୁ ସାହାଯ୍ୟ କରିଥାଏ । ଓଡ଼ିଶା ପୋଲିସ ଏହି ‘ବନ୍ଧୁତ୍ୱ ଦିବସ’ ଅବସରରେ ଟ୍ୱିଟ୍ କରି ସୁନ୍ଦର ବାର୍ତ୍ତା ପଠାଇଛନ୍ତି ।


ସୋନାଲୀ ବେନ୍ଦ୍ରେ ମଧ୍ୟ ଟ୍ୱିଟ୍ କରି ବାର୍ତ୍ତା ପଠାଇଛନ୍ତି । ସୋନାଲୀ ତାଙ୍କର ଏହି ଦୁଃସମୟରେ ଅଗଣିତ ଫ୍ୟାନମାନଙ୍କର ଅକୁଣ୍ଠିତ ପ୍ରାର୍ଥନା ଏବଂ ସେହି ବନ୍ଧୁମାନେ ତାଙ୍କ ନିକଟରେ ଛିଡ଼ା ହୋଇ ତାଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିଥିବାର ଟ୍ୱିଟ୍ କରିଛନ୍ତି । ସେ ବନ୍ଧୁ ସୁସାନେ ଖାନ ଓ ଗାୟତ୍ରୀ ଓବରେଇଙ୍କୁ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଟ୍ୱିଟ୍ କରିଛନ୍ତି ।


ସୋନାଲୀ ବେନ୍ଦ୍ରେ ବର୍ତ୍ତମାନ କ୍ୟାନସର ରୋଗରେ ପୀଡ଼ିତ ରହି ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ତାଙ୍କର ଚିକିତ୍ସା ସମ୍ପର୍କରେ ସବୁବେଳେ ଟ୍ୱିଟ୍ କରି ତାଙ୍କର ଫ୍ୟାନମାନଙ୍କୁ ଅବଗତ କରାଇଥାଆନ୍ତି ।

ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ତାଙ୍କର ଭଲ ବନ୍ଧୁ ସ୍ୱପ୍ନାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ବର୍ତ୍ତା ପଠାଇଛନ୍ତି । ସେ ତାଙ୍କ ଟ୍ୱିଟ୍ ରେ ଲେଖିଛନ୍ତି “ ସେବେଠୁ ଏଯାଏଁ କେବଳ ସମ୍ପର୍କ ହିଁ ବଢି ବଢି ଚାଲିଛି, ଅଜସ୍ର ଧନ୍ୟବାଦ ସ୍ୱପ୍ନା, ସବୁଦିନ ଲାଗି ତମେ ଭଲ ବନ୍ଧୁଟିଏ ହୋଇପାରିଛ, ତମକୁ ଖୁବ ଭଲପାଏ ” ।

Leave A Reply

Your email address will not be published.