Latest Odisha News

BREAKING NEWS

‘ମିସ୍ ଦିଭା – ୨୦୧୮’ : କମାଲ୍ କଲେ ଓଲିଉଡ୍ ନାୟିକା ତମନ୍ନା

ଓଲିଉଡ ଇଣ୍ଡଷ୍ଟ୍ରିର ପପୁଲାର ଫିଲ୍ମ ‘ଚାଲ୍ କରିବା ଠିଆ ପାଲା’ର ଅଭିନେତ୍ରୀ ତମନ୍ନା ବ୍ୟାସ ଗୋଟିଏ ପରେ ଗୋଟେ ସଫଳତା ପାଇ ଚାଲିଛନ୍ତି । ଏଥିରେ ତାଙ୍କର ଅଭିନୟ ସାଙ୍ଗକୁ ଡ୍ୟାନ୍ସ ଯିଏ ଦେଖିଥିବ ସେ ପ୍ରଶଂସା ନ’କରି ରହିପାରିବନି ।

ଇଣ୍ଡଷ୍ଟ୍ରିର ଭେରୀ ବିଜି ଅଭିନେତ୍ରୀଙ୍କ ମଧ୍ୟରେ ତମନ୍ନା ସାମିଲ ହୋଇଗଲେଣି । ଏଥର ସେ ନିଜ ଦକ୍ଷତା ଲୋକାଲ୍ ସ୍ତରରେ ନୁହେଁ, ନ୍ୟାସନାଲ୍ ସ୍ତରରେ ମଧ୍ୟ ଜଲୱା ଦେଖାଇ ସାରିଲେଣି । ସୁନ୍ଦରୀ ପ୍ରତିଯୋଗିତାକୁ ଯିବା ପୂର୍ବରୁ ସେ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ବାଜିମାତ୍ କରିସାରିଛନ୍ତି ।

ନିକଟରେ ସେଣ୍ଟ୍ରାଲ ଫ୍ୟାଶନ୍ ଆଇକନ୍ ତରଫରୁ ଆୟୋଜିତ ହୋଇଥିବା ‘ମିସ୍ ଦିଭା -୨୦୧୮’ ପ୍ରତିଯୋଗିତାରେ ଟପ୍-୫ ରେ ରହି ‘ମିସ୍ ପପୁଲାର୍ ଦିଭା’ କ୍ରାଉନ୍ ହାତେଇବାରେ ସଫଳ ହୋଇଛନ୍ତି ତମନ୍ନା । ‘ମିସ୍ ଦିଭା’ ପ୍ରତିଯୋଗିତାକୁ ୧୪୭ ଜଣ ସୁନ୍ଦରୀ ଚୟନ ହୋଇଥିଲା ବେଳେ ଶେଷ ପର୍ଯ୍ୟାୟ ବେଳକୁ ଟପ୍ ୫ ମଧ୍ୟରେ ତମନ୍ନା ନିଜ ବୁଦ୍ଧି ଓ ଦକ୍ଷତା ବଳରେ ରହିପାରିଥିଲେ ।

ଅଭିନୟ ମୋର ପ୍ରଥମ ପସନ୍ଦ ବୋଲି କହୁଥିବା ଏହି ଅଭିନେତ୍ରୀ ଜଣଙ୍କ ‘କଣ କଲା ସେ’, ‘ନିଝୁମ ରାତିର ସାଥୀ’ ଓ ‘ପ୍ରେମ କୁମାର’ରେ ନିଜର ନିଖୁଣ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି । ଟିକେ ଫୁରସତ୍ ମିଳୁନଥିବା ବେଳେ ତମନ୍ନାଙ୍କୁ ବିଭିନ୍ନ ଷ୍ଟେଜ୍ ଶୋ, ମଡେଲିଂ ଓ ବିଭିନ୍ନ ଉତ୍ସବରେ ଅତିଥି ଭାବେ ଆମନ୍ତ୍ରଣ କରିବାରେ ବଢି ଚାଲିଲାଣି ଏବେଠୁ ।

Leave A Reply

Your email address will not be published.