ଭୁବନେଶ୍ୱର: ଗତ ୪ ବର୍ଷରେ ରାଜ୍ୟରେ ଚିହ୍ନଟ ହୋଇଛି ଅଢେଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନକଲି ମେଡିସିନ୍ । ୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡିସିନକୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସେ କହିଛନ୍ତି ଯେ, ପାନ-୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ଟି ନକଲି ଔଷଧ ବଜାରରେ ବିକ୍ରି ହେଉଛି । ୦୨୧ରେ ୭୯ଟି, ୨୦୨୨ରେ ୬୪ ଟି, ୨୦୨୩ରେ ୧୪ଟି ଏବଂ ୨୦୨୪ରେ ୧୧ଟି ନକଲି ମେଡିସିନ ଚିହ୍ନଟ ହୋଇଛି ବୋଲି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡିଛି ।
ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ଅର୍ଥାତ୍ NSQ ବା ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି ।