Latest Odisha News

BREAKING NEWS

ମହାକାଶରେ ବିବାହ କରିବେ ବେଜୋସ୍

ପ୍ୟାରିସ୍‌: ମହାକାଶରେ ବିବାହ କରିବେ ଆମାଜନ୍‌ର ସମ୍ପାଦକ ଜେଫ୍  ବେଜୋସ୍ । ଲରେନ ସାନଞ୍ଜେଜ୍‌ଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବେଜୋସ୍ । ସେମାନେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯଦି ସେ ମହାକାଶରେ ବିବାହ କରିବେ, ତେବେ ସେ ପ୍ରଥମ ବ୍ୟକ୍ତି ଭାବେ ବିବେଚିତ ହେବେ ।

ଆମାଜନ୍‌ର ସମ୍ପାଦକ ୫୯ ବର୍ଷୀୟ ଜେଫ ବେଜୋସ୍ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କର ଏହି ବିବାହକୁ ସମସ୍ତଙ୍କଠାରୁ ଭିନ୍ନ କରିବାକୁ ଚାହାଁନ୍ତି । ସେଥିଲାଗି ସେ ମହାକାଶରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।  ଜେଫ ପୂର୍ବରୁ ମହାକାଶ ଯାତ୍ରା କରିଛନ୍ତି । ୨୦୨୧ ମସିହାରେ ପଶ୍ଚିମ ଟେକ୍ସାସର ମରୁଭୂମି ଅଞ୍ଚଳରୁ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ନ୍ୟୁ ସେପାର୍ଡ ରକେଟ୍‌ରେ ଜେଫ୍ ମହାକାଶ ଯାତ୍ରା କରିଥିଲେ ।  ସେଠାରେ ସେ ୧୦ ମିନିଟ୍  ଅତିବାହିତ କରିଥିଲେ ।

ନିକଟରେ ତାଙ୍କର ଏମି ପୁରସ୍କାର ବିଜେତା ଖବରଦାତା ତଥା ହେଲିକପ୍ଟର ପାଇଲଟ୍ ୫୩ ବର୍ଷୀୟା ଲରେନ ସାନଞ୍ଜେଜ୍‌ଙ୍କ ସହ ନିର୍ବନ୍ଧ ହୋଇଥିଲା । ଏହି ସମୟରେ ଜେଫ୍ ଲରେନଙ୍କୁ ୨୦ କ୍ୟାରେଟ୍‌ର ହୀରା ମୁଦି ପିନ୍ଧାଇଥିଲେ,ଯାହାର ମୂଲ୍ୟ ୪୧ କୋଟି ଟଙ୍କା ଥିଲା ।  ପରେ ସେମାନେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ ।  ୨୦୧୮ ମସିହାରୁ ଉଭୟ ଦୁହିଁଙ୍କୁ ଡେଟିଂ କରୁଥିଲେ ।  ଜେଫ ତାଙ୍କ ପ୍ରଥମ ପତ୍ନୀ ମାକ୍‌କେଞ୍ଜି ସ୍କଟ୍‌ଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଏଠାରେ କହି ରଖୁଛୁ, ଜେଫ ଯଦି ମହାକାଶରେ ବିବାହ କରନ୍ତି,ତେବେ ସେ ପ୍ରଥମ ବ୍ୟକ୍ତି ଭାବେ ବିବେଚିତ ହେବେ ।

Leave A Reply

Your email address will not be published.