Latest Odisha News

BREAKING NEWS

ପରଲୋକରେ ଭାବଗ୍ରାହୀ ମହାପାତ୍ର

ରାଉରକେଲା : ବିଶିଷ୍ଟ ବୈଜ୍ଞାନିକ ତଥା ସାମାଜିକ ଆନ୍ଦୋଳନର ସାରଥୀ ଡ.ଭାବଗ୍ରାହୀ ମହାପାତ୍ରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।

ସ୍ୱର୍ଗତଃ ମହାପାତ୍ର ଗଙ୍ଗାଧର ମେହେର ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ର ଥିଲେ। ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ କାରଖାନାର ରିସର୍ଚ୍ଚ ଆଣ୍ଡ କଣ୍ଟ୍ରୋଲ ବିଭାଗରେ ଯୋଗ ଦେଇ ଚିଫ କେମିଷ୍ଟ ଭାବରେ ଅବସର ଗ୍ରହଣ କରିଥିଲେ। ଏହାସହ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ଭାବେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଶିକ୍ଷା ଓ ଭାଷାର ଉନ୍ନତି ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ଓ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ଵିତୀୟ ଭାଷାର ମାନ୍ୟତା ପ୍ରଦାନ ପଛରେ ତାଙ୍କର ପ୍ରଚେଷ୍ଟା ଅତୁଳନୀୟ ଥିଲା।

ସ୍ୱର୍ଗତଃ ମହାପାତ୍ରଙ୍କ ମୃତ୍ୟରେ ଜନସାଧାରଣଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.